ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କଲା କତାର। ଗୁପ୍ତଚର କାର୍ଯ୍ୟ ମାମଲାରେ ନୌସେନାର ୮ ଭେଟେରାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲା । ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସମସ୍ତଙ୍କୁ ମୁକ୍ତ କରିଛି। ମୁକ୍ତ ୮ ଜଣଙ୍କ ମଧ୍ୟରୁ ୭ ଜଣ ଭାରତରେ ପହଞ୍ଚି ସାରିଛନ୍ତି। ସୂଚନା ଅନୁସାରେ, ମୁକ୍ତ ହୋଇଥିବା ଏହି ୮ ଭାରତୀୟ ନୌସେନା ଅଧିକାରୀ ଏକ ଘଟୋଇ ସଂସ୍ଥା ଦହରା ଗ୍ଲୋବାଲ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ। କିନ୍ତୁ କତାର ସୁରକ୍ଷାକର୍ମୀ ସେମାନଙ୍କୁ ଗୁପ୍ତଚର ସନ୍ଦେହରେ ୨୦୨୩ ଅଗଷ୍ଟରେ ବାନ୍ଧି ଗିରଫ କରିଥିଲା । ନୌସେନା ଅଧିକାରୀଙ୍କ ମଧ୍ୟରେ, କ୍ୟାପଟେନ ନବତେଜ ସିଂହ ଗିଲ, କ୍ୟାପଟେନ ସୌରଭ ଭାସିସ୍ତ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁନାକର ପାକଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ଅମିତ ନାଗପାଲ ଏବଂ ନାବିକ ରାଗେଶ ଥିଲେ। ସେମାନେ ଅଗଷ୍ଟରୁ କତାର ଜେଲରେ ରହିବା ପରେ ଏ ଉପରେ ଏକ କୋର୍ଟ ବିଚାର କରିଥିଲେ। ଅକ୍ଟୋବର ୨୬, ୨୦୨୩ ରେ କତାରର ଏକ କୋର୍ଟ ସେମାନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ଭାରତୀୟ କୂଟନୈତିଜ୍ଞମାନେ ଏଥିରେ ହସ୍ତକ୍ଷେପ କରିଥିଲେ। ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସେମାନଙ୍କ ମୃତ୍ୟ ଦଣ୍ଡାଦେଶକୁ ପ୍ରଥମେ କୋହଳ କରାଯାଇଥିଲା। ଆଉ ଶେଷରେ କୂଟନୈତିକ କ୍ଷେତ୍ରକୁ ଏକ ମହତ୍ୱପୂର୍ଣ୍ଣ ବିଜୟ ମିଳିଛି। ଦୀର୍ଘ ୧୮ ମାସ ଧରି କତାର ଜେଲରେ ରହିବା ପରେ ଶେଷରେ ସ୍ୱଦେଶ ଫେରିଛନ୍ତି ଏହି ୮ ନେଭି ଭେଟରାନ। ଭାରତ ଫେରିବା ପରେ ମୁକ୍ତ ନୌସେନା ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଖୁସିବ୍ୟକ୍ତ କରିଛନ୍ତି। ଆମେ କେବେ ଫେରିବୁ ବୋଲି ଆଶା କରିନଥିଲୁ, ଭାରତ ସରକାରଙ୍କ ପାଇଁ ଏହା ସମ୍ଭବ ହୋଇପାରିଲା ବୋଲି ନୌସେନା ଅଧିକାରୀମାନେ କହିଛନ୍ତି। ସେପଟେ, କତାର ଅମୀରଙ୍କ ଏହି ନିଷ୍ପତ୍ତିକୁ ମଧ୍ୟ ପ୍ରଶଂସା କରିଛି ଭାରତ। କତାରର ଅମୀର ସମସ୍ତ ମାମଲାକୁ ବୁଝି ବନ୍ଦୀ ନେଭି ଅଧିକାରୀଙ୍କୁ ମକ୍ତି ପାଇଁ ନେଇଥିବା ନିଷ୍ପତ୍ତିକୁ ଆମେ ପ୍ରଶଂସା କରୁଛୁ ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..