Report Card Odisha

| Daily Odia News

ପଟ୍ଟାରେ ଲାଗିବ କ୍ୟୁଆର୍‌ କୋଡ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍‌ ପଟ୍ଟା । ଏ ନେଇ ଆଜି ବଡ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍‌ ଜମି ପଟ୍ଟା ଆସିବ। କ୍ୟୁଆର୍ କୋଡ୍‌ ସ୍କାନ୍‌ କଲେ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ବାହାରିବ। ଜମି କିଣାବିକାରେ ଆଉ ଠକେଇ ହୋଇପାରିବନାହିଁ। ଲୋକଙ୍କୁ ଭୁତାଇ ଜମି କିଣାବିକା ଉପରେ ରୋକ୍ ଲାଗିବ। ଠକାମୀ ଉପାୟରେ ଜମି କିଣାବିକା କଲେ ସଙ୍ଗେ ସଙ୍ଗେ ତହସିଲଦାର ଓ ଆରଆଇ ଜାଣିପାରିବେ ବୋଲି ସେ କହିଛନ୍ତି ।

Breaking News