ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୧୯ ତାରିଖରେ କେନ୍ଦ୍ରୀୟ ଲଣ୍ଡନର ୱେଷ୍ଟମିନଷ୍ଟର ଆବ୍ବେରେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାର ହେବ। ୨ ମିନିଟ୍ର ନିବର ପ୍ରାର୍ଥନା ସହ ଏକ ଗନ୍ କ୍ୟାରେଜରେ ରାଣୀଙ୍କ ପାର୍ଥୀବ ଶରୀରକୁ ୱେଷ୍ଟମିନଷ୍ଟର ଆବ୍ବେ ନିଆଯିବ। ରାଜ ପରିବାରର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରଥିବେ । ଏହାପରେ ସେଣ୍ଟ ଜର୍ଜ ଚାପେଲରେ ସ୍ବତନ୍ତ୍ର ରାଜକୀୟ ପ୍ରଥା ଅନୁସାରେ ରାଣୀଙ୍କ ପାର୍ଥୀବ ଶରୀରକୁ ୱିଣ୍ଡସର ପ୍ରାସାଦକୁ ନିଆଯିବ। କିଙ୍ଗ ଜର୍ଜ ଷଷ୍ଠ ମେମୋରିଆଲ ଚାପେଲ୍ରେ ରାଣୀଙ୍କ ସ୍ବାମୀ ପ୍ରିନ୍ସ ଫିଲିପ, ଭଉଣୀ ପ୍ରିନ୍ସେସ୍ ମାର୍ଗାରେଟ୍, ମା’ ଏଲିଜାବେଥ ଏବଂ ବାପା ଜର୍ଜ ଷଷ୍ଠଙ୍କ କବରସ୍ଥଳ ନିକଟରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ କବର ଦିଆଯିବ। ବ୍ରିଟେନରେ ଦୀର୍ଘକାଳ ଶାସନରେ ଥିବା ରାଣୀ ଏଲିଜାବେଥଙ୍କର ଗୁରୁବାର ଦିନ ୯୬ ବର୍ଷ ବୟସରେ ନିଧନ ହୋଇଛି | ଏହି ଖବର ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..