ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ଆକ୍ସନ ମୋଡକୁ ଆସିଯାଇଛି । ଗତକାଲି ସିନ୍ଧୁ ନଦୀ ଚୁକ୍ତି ବାତିଲ ସହ ଅନେକ ବଡ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଘୋଷଣା ହୋଇସାରିଛି । ତେବେ ଆଜି ଆକାଶରେ ଭାରତର ଲଢୁଆ ବିମାନ ଗର୍ଜିଛନ୍ତି । ବାୟୁସେନାର ରାଫେଲ୍ ଓ ସୁଖୋଇ ୩୦ ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ‘ଆକ୍ରମଣ’ ଆରମ୍ଭ ହୋଇଯାଇଛି । ଭାରତ-ପାକିସ୍ତାନ ଉତ୍ତେଜନା ଦୃଷ୍ଟିରୁ ବାୟୁସେନାର ଅଭ୍ୟାସ ଚାଲିଛି। ଅମ୍ବାଲା ଓ ହସିମରା ଏୟାରବେସ୍ରୁ ଯୁଦ୍ଧାଭ୍ୟାସ ହେବା ସହ ପୂର୍ବ ଭାଗରେ ଥିବା ଏୟାରବେସ୍ରୁ ବାୟୁସେନାକୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି । ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ପହଞ୍ଚିବାକୁ ସମରାଭ୍ୟାସ କରାଯାଉଛି । ଏହା ସମରାଭ୍ୟାସ ପରେ ଆଗକୁ କିଛି ବଡ ପଦକ୍ଷେପ ନିଆଯିବା ନେଇ ଅନୁମାନ କରାଯାଉଛି ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..