Report Card Odisha

| Daily Odia News

ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ…..

ରିପୋର୍ଟ କାର୍ଡ / ପୁରୀ

ଆଜି ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀଜଗନ୍ନାଥ ମନ୍ଦିରରେ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ପ୍ରାୟ ୨ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ ପ୍ରଥମ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟ ବିଜୟ ଦ୍ବାର ବନ୍ଦ କରାଯିବ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ସେବକମାନେ ରାହୁ ରେଖା ଲାଗି କରିବେ। ଏହାପରେ ମହାପ୍ରଭୁଙ୍କ ମହାସ୍ନାନ, ବେଶ ସମେତ ଆନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ରାହୁ ରେଖା ଲାଗି ପରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିପାରିବେ।

Breaking News