ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଲୋକପ୍ରିୟ ସୋସିଆଲ ମିଡିଆ ସଂସ୍ଥା ଟ୍ବିଟର୍ ଏବେ ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କର। ସେ ୪୪ କୋଟି ଡଲାରରେ କିଣିଛନ୍ତି। ମସ୍କ ଟ୍ବିଟର୍କୁ କିଣିବା ପରେ ଅନୁମାନ ଲଗାଯାଉଛି ଯେ ଟ୍ବିଟର୍ ଦେଶରେ ନୂଆ ଆଇଟି ନିୟମର ପାଳନ କରିବ। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ବି ଆଶା ରଖିଛନ୍ତି ଯେ ଟ୍ବିଟ୍ର ଏଣିକି ଦେଶରେ ହେଟ୍ ସ୍ପିଚ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ରାହୁଲ ଏକ ଟ୍ବିଟ୍ ପୋଷ୍ଟ୍ କରି ଏଲନ ମସ୍କଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘ଶୁଭେଚ୍ଛା ଏଲନ ମସ୍କ। ଆଶା କରୁଛି ଟ୍ବିଟର୍ ହେଟ୍ ସ୍ପିଚ୍ ବିପକ୍ଷରେ କାମ କରିବ। ଖୁବ୍ ଭଲ ଭାବେ ଫ୍ୟାକ୍ଟ ଚେକ୍ କରିବ। ସରକାରଙ୍କ ଚାପରେ ଆସି ଭାରତେ ବିରୋଧୀର କଣ୍ଠକୁ ଦବାଇବାକୁ ଚେଷ୍ଟା କରିବନି।’






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..