Report Card Odisha

| Daily Odia News

୪ରେ ରାହୁଲ୍‌ ଗାନ୍ଧୀଙ୍କ ଆବେଦନର ଶୁଣାଣି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ପାଇଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ଲାଗି ରାହୁଲ୍‌ ଗାନ୍ଧୀ କରିଥିବା ଆବେଦନର ଶୁଣାଣି ଅଗଷ୍ଟ ୪ ତାରିଖରେ ହେବ | ଏନେଇ ଆଜି ସୁପ୍ରିମ୍‌ କୋର୍ଟ ଦିନ ଧାର୍ଯ୍ୟ କରିଥିବା ଜଣାପଡିଛି | ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ମାନହାନୀ ମାମଲାର ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କୁ ବି ନୋଟିସ ଜାରି କରିଛନ୍ତି। କେବଳ ସେତିକି ନୁହେଁ, ଗୁଜରାଟ ସରକାର ଓ ଅନ୍ୟମାନଙ୍କୁ ମଧ୍ୟ ସୁପ୍ରିମ୍‌ କୋର୍ଟ ନୋଟିସ୍‌ ଜାରି କରିଛନ୍ତି। ମୋଦୀ ସାଙ୍ଗିଆ ମନ୍ତବ୍ୟ ପାଇଁ ଅପରାଧିକ ମାନହାନୀ ମାମଲାରେ ସୁରତ ଅଦାଲତ ଦେଇଥିବା ୨ ବର୍ଷ ଜେଲ୍‌ ଦଣ୍ଡାଦେଶକୁ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ୍‌ କରିଥିଲେ, କିନ୍ତୁ ନିମ୍ନ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ମନା କରି ଦେଇଥିଲେ।

Breaking News