ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସକାଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାର ସୋନେପତ୍ ଅନ୍ତର୍ଗତ ମଦିନା ଗାଁରେ କୃଷକମାନଙ୍କ ସହିତ ମିଶି ଧାନ ତଳା ରୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ, କାର୍ ଯୋଗେ ହିମାଚଳ ପ୍ରଦେଶ ଯିବା ବାଟରେ ରାହୁଲ୍ ଗାନ୍ଧୀ ଗୋଟାଏ ଧାନବିଲରେ ଧାନତଳା ରୁଆ ହେଉଥିବା ଦେଖି ଅଟକି ଗଲେ। ତା’ପରେ ସେ କାର୍ରୁ ଓହ୍ଲାଇ ପ୍ୟାଣ୍ଟ୍କୁ ଆଣ୍ଠୁ ଉପରଯାଏ ମୋଡ଼ି ଧାନବିଲକୁ ପଶିଲେ। ଗୋଟାଏ ଟ୍ରାକ୍ଟର୍ରେ କିଛି ସମୟ ପାଇଁ ଗୋଟାଏ ବିଲ ହଳ କରିବା ପରେ ସେଠାରେ ଥିବା କୃଷକମାନଙ୍କ ସହିତ ମିଶି ଧାନ ତଳା ରୋଇଲେ। ଉପସ୍ଥିତ କୃଷକ ଓ କୃଷି ଶ୍ରମିକମାନଙ୍କ ସହିତ ବି କଥାବାର୍ତ୍ତା କଲେ। ଉଲ୍ଲେଖଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତି ସମର୍ଥନ ସୃଷ୍ଟି କରିବା ଆଶାରେ ରାହୁଲ୍ ଗାନ୍ଧୀ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କ ସହିତ ମିଳାମିଶା କରୁଛନ୍ତି। ଅଳ୍ପଦିନ ତଳେ ସେ ଦିଲ୍ଲୀର କାରୋଲ୍ ବାଗ୍ ଅଞ୍ଚଳରେ ଜଣେ ବାଇକ୍ ମେକାନିକ୍ଙ୍କ ଦୋକାନକୁ ଯାଇଥିଲେ। ସେଠାରେ ଥିବା ମେକାନିକ୍ମାନଙ୍କ ସହିତ ଆଳାପ ଆଲୋଚନା କରିବା ସହିତ ବାଇକ୍ ମରାମତି ମଧ୍ୟ କରିଥିଲେ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..