ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ରାହୁଲ ଗାନ୍ଧୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠୁ ବଡ ଟିଆରପି। ଏଭଳି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ |ବିଜେପି ରାହୁଲ ଗାନ୍ଧୀଙ୍କୁ ନେତା କରି ରଖିବାକୁ ଚାହୁଁଛି। ଯଦି ରାହୁଲ ବିରୋଧୀ ଦଳର ନେତା ହୋଇ ରହିବେ ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେହି ସମାଲୋଚନା କରିପାରିବେନି। ରବିବାର ମୁର୍ଶିଦାବାଦରେ ବସିଥିଲା ଟିଏମସିର ଆଭ୍ୟନ୍ତରୀଣ ବୈଠକ। ଏଥିରେ ଭର୍ଚୁଆଲରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ମମତା କହିଥିଲେ, ବିଜେପି ରାହୁଲଙ୍କୁ ହିରୋ ବନାଇବାକୁ ବ୍ୟାକୁଳ। ବିଜେପି ରାହୁଲଙ୍କୁ ନେତା କରାଇବାକୁ ଆଗ୍ରହୀ ଥିବାରୁ ସଂସଦ ଚଳାଇ ଦେଉନାହିଁ। ରାହୁଲ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ସବୁଠୁ ବଡ ଟିଆରପି ଅର୍ଥାତ୍ ଟାର୍ଗେଟ୍ ରେଟିଂ ପଏଣ୍ଟ। ଦଳୀୟ କର୍ମୀଙ୍କୁ ଦିଦି କହିଛନ୍ତି, ବିଦେଶରେ କିଏ କଣ କହିଲେ, ତାକୁ ନେଇ ଦେଶରେ ଏତେ ବାଦ ବିବାଦ ହେଉଥିବା କେହି କେବେ ଦେଖିଛନ୍ତି। ଟିଏମସି ଚାହେଁ, ପାର୍ଲାମେଂଟ୍ ଚାଲୁ ଏବଂ ଅଦାନୀ ମାମଲା ଉପରେ ଆଲୋଚନା ହେଉ। ତେବେ ଏହା କରାଇଦେଉନି ବିଜେପି। କେବଳ ସେତିକି ନୁହେଁ, ଗ୍ୟାସ ଦର, ଏଲଆଇସି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବାଦ ଦେଇ ବିଜେପି ୟୁନିଫର୍ମ ସିଭିଲ କୋଡ୍ କପି ଉପସ୍ଥାପନ କରୁଛି। ତେବେ ଟିଏମସି ଏହାକୁ ଲାଗୁ କରାଇ ଦେବନି ବୋଲି ମମତା ବାନାର୍ଜୀ କହିଛନ୍ତି।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..