Report Card Odisha

| Daily Odia News

ବିଜେପି କୁ ସମାଲୋଚନା କଲେ ରାହୁଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ସୋମବାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କ କଷ୍ଟ ପ୍ରତି ଆଖି ବୁଜି ଦେଇଛନ୍ତି। ଏବେ କେବଳ ଜଣେ/ଦୁଇ ଜଣ ଶିଳ୍ପପତିଙ୍କ ଉପରେ ଫୋକସ କରାଯାଉଛି। କିନ୍ତୁ ଏହାକୁ ବଦଳାଇ ଚାଷୀଙ୍କ ଫାଇଦା ପାଇଁ କାମ କରିବାକୁ ପଡ଼ିବ ବୋଲି ରାହୁଲ ଗାନ୍ଧି କହିଛନ୍ତି। ସେ କହିଛନ୍ତି, “ଏବେ ଆଦାନି ଓ ଅମ୍ବାନିଙ୍କ ଉପରେ ହଜାର ହଜାର କୋଟି ଟଙ୍କାର ଋଣ ରହିଛି। ସେମାନେ ବ୍ୟାଙ୍କ ଯିବା ମାତ୍ରେ ସେମାନଙ୍କୁ ସହଜରେ ଋଣ ମିଳି ଯାଉଛି। ସେମାନଙ୍କ ଋଣ ଟଙ୍କାକୁ ମଧ୍ୟ ଛାଡ଼ି କରାଯାଉଛି। କିନ୍ତୁ ଗରିବ ଚାଷୀଙ୍କ କଥା କେହି ବୁଝୁ ନାହାନ୍ତି। ତେଣୁ ମୁଁ କହିବାକୁ ଚାହୁଁଛି ଯେ ଉଭୟ କ୍ଷେତ୍ରରେ ସମାନ ନିୟମ ଲାଗୁ ହେବା ଦରକାର। ଯଦି ଆପଣ ବଡ଼ବଡ଼ ଶିଳ୍ପପତିଙ୍କ ଋଣ ଛାଡ଼ କରୁଛନ୍ତି, ତା’ହେଲେ ଚାଷୀଙ୍କ ଋଣ ମଧ୍ୟ ମାଫ କରନ୍ତୁ।” ବେନାଲଗାଭିର ରାମଦୁର୍ଗ ଅଞ୍ଚଳରେ ଆଖୁ ଚାଷୀଙ୍କୁ ସମ୍ବୋଧନ କରି ରାହୁଲ ଗାନ୍ଧି କହିଛନ୍ତି ଯେ ଯଦି କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିବ, ତା’ହେଲେ ଚାଷୀଙ୍କୁ ଫାଇଦା ଦେବା ଭଳି ପଦକ୍ଷେପ ନେବ। ସେ କହିଛନ୍ତି, “ଏହା ସତ ଯେ ଆପଣମାନେ ଉପଯୁକ୍ତ ଟଙ୍କା ପାଉ ନାହାନ୍ତି। ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଛି। ଗ୍ୟାସ ସିଲିଣ୍ଡର ଓ ତେଲ ରେଟ ବଢ଼ିବାରେ ଲାଗିଛି। ଆପଣମାନେ ଖୁବ କମ ଟଙ୍କା ପକେଟରେ ରଖୁଛନ୍ତି। ଗୋଟିଏ ଚାକିରିରେ ଚାଷୀ ଉପକୃତ ହେଉ ନାହାନ୍ତି। ଆମକୁ ସେମାନଙ୍କ ଅମଳର ଦାମ ବଢ଼ାବା ସହ ମାର୍କେଟିଂ ବ୍ୟବସ୍ଥାକୁ ମଧ୍ୟ ବ୍ୟବସ୍ଥିତ କରିବାକୁ ପଡ଼ିବ।” କେନ୍ଦ୍ର ସରକାର କିଛି ଲୋକଙ୍କୁ ଫାଇଦା ଦେବା ପାଇଁ ଜିଏସଟି ଲାଗୁ କରିଥିବା ରାହୁଲ ଗାନ୍ଧି ଦାବି କରିଛନ୍ତି। ସେ କହିଛନ୍ତି, “ପ୍ରଭାବଶାଳୀ ଲୋକଙ୍କୁ ଫାଇଦା ଦେବା ପାଇଁ ଜିଏସଟି ଲାଗୁ କରାଯାଇଛି। ଏହା ଏତେ ଜଟିଳ ଯେ ଏହାକୁ ଅନେକ ଆଦୌ ବୁଝିପାରୁ ନାହାନ୍ତି। ଛୋଟ ଛୋଟ ବ୍ୟବସାୟ ବନ୍ଦ ହୋଇଯାଇଛି। ଦିଲ୍ଲୀରେ କ୍ଷମତାକୁ ଆସିଲେ ଆମେ ଜିଏସଟି ଢାଞ୍ଚାରେ ପରିବର୍ତ୍ତନ କରିବୁ। ଗୋଟିଏ ଟିକସ ବ୍ୟବସ୍ଥା ରହିବ ଓ ଏହା ସମସ୍ତଙ୍କ ପାଇଁ ପ୍ରଜ୍ୟୁଯ ହେବ।” ରାହୁଲ ଆହୁରି କହିଛନ୍ତି, “ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। କିନ୍ତୁ ଏଠାରେ ତେଲ ଦାମ ବୃଦ୍ଧି ପାଇଛି। ଦୁଇରୁ ୩ ଜଣ ଶିଳ୍ପପତିଙ୍କୁ ସହଯୋଗର ହାତ ବଢ଼ା ଯାଉଛି। ୟୁପିଏ ସବୁ ବେଳେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ଆସିଛି। ଆମେ ଗରିବଙ୍କ ପାଇଁ ମନେରଗା ଆଣିଥିଲୁ ଓ ସେମାଦଙ୍କ ଋଣ ମାଫ କରିଥିଲୁ। ଆମେ ସବୁବେଳେ ଚାଷୀ ଓ ଗରିବଙ୍କ ପାଇଁ କାମ କରିଛୁ।”

Breaking News