Report Card Odisha

| Daily Odia News

ବିଗିଡିଲା ରାହୁଲର ସ୍ୱାସ୍ଥ୍ୟବସ୍ଥା, ସାପ ଏବଂ ବେଙ୍ଗ ସହ ଥିଲା…..

ରିପୋର୍ଟ କାର୍ଡ / ଛତିଶଗଡ଼

ରଖେ ହରି ମାରେ କିଏ | ଗାତ ଭିତରେ ସାପ ଏବଂ ବେଙ୍ଗ ସହ ରାହୁଲ ୫ ଦିନ ବିତାଇଛି | ଦୀର୍ଘ ୫ ଦିନ ୧୦୪ ଘଣ୍ଟା  ସତ ଚେଷ୍ଟା ପରେ ଫଳ ହୋଇଛି ଅପରେସନ ରାହୁଲ । ବୋରୱେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଛି ଇଣ୍ଡିଆନ ଆର୍ମି । ତେବେ ଉଦ୍ଧାର ପରେ ରାହୁଲକୁ ଚିକିତ୍ସା ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍ କରିଡର ଭିତରେ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ରାହୁଲକୁ ସାମାନ୍ୟ ଜ୍ୱର ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତକାଲି ରାହୁଲକୁ ବୋରୱେଲରେ ଉଦ୍ଧାର କରିବାରେ ଏନଡିଆରଏଫକୁ ସଫଳତା ମିଳିଛି । ତେବେ ରାହୁଲଙ୍କୁ ଉଦ୍ଧାର କରିବା ପରେ ସ୍ୱସ୍ଥ୍ୟବସ୍ଥା ଖରାପ ଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ୧୦୪ ଘଣ୍ଟା କାଳ ବୋରୱେଲ ଭିତରେ ଫସି ରହିଥିବାରୁ ଅଣନିଶ୍ୱାସୀ ହୋଇଯାଇଥିଲା ରାହୁଲ । ତେବେ ଏହାପରେ ବିଳାସପୁର ହସ୍ପିଟାଲରେ ତାକୁ ଭର୍ତ୍ତି କରାଯାଇଛି । ମେଡିକାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମଙ୍କ ନଜରରେ ରହିଛି ରାହୁଲ । ତେବେ ରାହୁଲକୁ ଏବେ ସାମାନ୍ୟ ଜ୍ୱର ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ମିଳିଛି । କିନ୍ତୁ ସକାଳୁ ଉଠିବା ପରେ ରାହୁଲ ଜଳଖିଆ ଖାଇଛି । ଏ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।

Breaking News