Report Card Odisha

| Daily Odia News

ଭାରତକୁ ଦୁଇଭାଗ କରିଛି ବିଜେପି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତକୁ ଦୁଇଭାଗ ବିଭକ୍ତ କରିଛି ବିଜେପି | ରାଜସ୍ଥାନ ବଂଶୱାରାରେ କଂଗ୍ରେସର ଏକ ରାଲିରେ ରାହୁଲ ଗାନ୍ଧୀ ବିଜେପି ଉପରେ ଅଭିଯୋଗ କରି କହିଛନ୍ତି । ଗୋଟିଏ ଧନୀକଙ୍କ ଭାରତ ଓ ଅନ୍ୟଟି ଗରିବଙ୍କ ଭାରତ । ଧନୀକଙ୍କ ଭାରତ ମଧ୍ୟରେ ଶିଳ୍ପପତି, ଉଚ୍ଚ ସମ୍ରାନ୍ତ ଶ୍ରେଣୀୟ ବ୍ୟକ୍ତି ଥିବା ବେଳେ ଗରିବଙ୍କ ଭାରତରେ ଗରିବ, ଦଳିତ ଓ ଆଦିବାସୀମାନେ ରହିଛନ୍ତି । ଦୁଇ ଚିନ୍ତାଧାରାର ଲଢ଼େଇରେ କଂଗ୍ରେସ ସର୍ବଦା ସେହି ଚିନ୍ତାଧାରାରେ ବିଶ୍ୱାସ କରେ ଯାହାକି ସବୁବର୍ଗର ସଂସ୍କୃତି, ଇତିହାସକୁ ସମ୍ମାନ ଓ ସୁରକ୍ଷା ଦେଇଥାଏ । କିନ୍ତୁ ବିଜେପି ବିଖଣ୍ଡିତ ଚିନ୍ତାଧାରା ତଥା ଅନ୍ୟର ସଂସ୍କୃତି ଓ ଇତିହାସକୁ ମୂଳପୋଛ କରିବା ଉପରେ ବିଶ୍ୱାସ କରିଥାଏ ବୋଲି ରାହୁଳ ଅଭିଯୋଗ କରିଛନ୍ତି । କଂଗ୍ରେସ ଲୋକଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରୁଥିବାବେଳେ ବିଜେପି କିନ୍ତୁ ଲୋକଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରିଥାଏ । ସେହିରି ବିଜେପି ନେତୃତ୍ୱାଧୀନ ମୋଦି ସରକାର ଦେଶର ଅର୍ଥନୀତିକୁ ଦୁର୍ବଳ କରିଥିବା ବେଳେ ୟୁପିଏ ସରକାର ସମୟରେ ତାହା ବେଶ୍‌ ମଜବୁତ୍‌ ଥିବା ସେ କହିଛନ୍ତି ।

Breaking News