ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ | ଗସ୍ତର ପ୍ରଥମ ଦିନ ସନ୍ଧ୍ୟାରେ ଶ୍ରୀ ବୈଷ୍ଣବ ରଥଯାତ୍ରା ପାଇଁ ହୋଇଥିବା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସହ ତୀର୍ଥଯାତ୍ରୀଙ୍କ ପାଇଁ ଆୟୋଜନ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିବେ। ଜୁନ ୨୦ ତାରିଖ ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ପୁରୀରେ ରଥଯାତ୍ରା ପରିଦର୍ଶନ କରିବା ପରେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାରକୁ ଯାଇ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିବେ। ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନା ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହାବ୍ୟତୀତ ଶ୍ରୀ ବୈଷ୍ଣବ ବାଲେଶ୍ୱର ରେଳ ଷ୍ଟେସନର ବିକାଶ ଯାଞ୍ଚ କରିବା ସହ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି |






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..