Report Card Odisha

| Daily Odia News

ରେଳଯାତ୍ରୀ ହ୍ବାଟସ୍‌ଆପ୍‌ରେ ଖାଦ୍ୟ ମଗାଇପାରିବେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଣିକି ରେଳଯାତ୍ରୀ ହ୍ବାଟସ୍‌ଆପ୍‌ରେ ଖାଦ୍ୟ ଅଡର କରିପାରିବେ। ଏଥିପାଇଁ ଆଇଆର୍‌ସିଟିସି ପକ୍ଷରୁ ନୂଆ ସେବା ଆରମ୍ଭ କରାଯାଇଛି। ଯାତ୍ରୀମାନେ +୯୧-୮୭୫୦୦୦୧୩୨୩ ନମ୍ବରରେ ହ୍ବାଟସ୍‌ଆପ୍ କରି ଖାଦ୍ୟ ମଗାଇପାରିବେ। ଇ-କ୍ୟାଟରିଂ ସେବା ସମ୍ପର୍କିତ ସମସ୍ତ ପ୍ରଶ୍ନର ପରିଚାଳନା କରିବା ଲାଗି ଏଆଇର ଶକ୍ତି ଥିବା ଚାଟ୍‌ବଟ୍‌ ବ୍ୟବହାର କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ହ୍ବାଟସ୍‌ଆପ୍ ଜରିଆରେ ଖାଦ୍ୟ ବରାଦ ସୁବିଧାକୁ କିଛି ହାତଗଣିତ ଟ୍ରେନ୍ ଓ ଯାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଛି। ଗ୍ରାହକଙ୍କ ମତାମତ ଓ ପରାମର୍ଶ ପରେ ଏହି ସେବାକୁ ଅନ୍ୟ ଟ୍ରେନ୍‌ଗୁଡ଼ିକୁ ସମ୍ପ୍ରସାରଣ କରାଯିବ। ଇଆର୍‌ସିଟିସି ପକ୍ଷରୁ ଇ-କ୍ୟାଟରିଂ ପାଇଁ ସ୍ବତନ୍ତ୍ର ୱେବସାଇଟ୍‌ www.catering.irctc.co.in ଓ ମୋବାଇଲ୍‌ ଆପ୍ ଫୁଡ୍‌ ଅନ୍ ଟ୍ରାକ୍‌ର ଶୁଭାରମ୍ଭ ମଧ୍ୟ କରାଯାଇଛି।

Breaking News