ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଭାରତୀୟ ରେଲୱେରେ ଏବେ ଯାତ୍ରା କରିବା ମହଙ୍ଗା ହେବ। କାରଣ ରେଲୱେ ବୋର୍ଡ ପକ୍ଷରୁ କୁଲିଙ୍କର ମଜୁରୀ ବଢ଼ାଯାଇଛି। ବହୁ ବର୍ଷ ପରେ ରେଲୱେ ବୋର୍ଡ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କୁଲିଙ୍କର ଆର୍ଥିକ ସ୍ଥିତିରେ ସୁଧାର ପାଇଁ ଏଭଳି ନିଷ୍ପତ୍ତି ରେଲୱେ ବୋର୍ଡ ପକ୍ଷରୁ ନିଆଯାଇଛି। ରେଲୱେ ବୋର୍ଡ ପକ୍ଷରୁ କୁଲିଙ୍କୁ ମଧ୍ୟ ରେଳ କର୍ମଚାରୀଙ୍କ ଭଳି ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ପ୍ରାୟ ୫ ବର୍ଷ ପରେ ରେଲୱେ ବୋର୍ଡ ସାମଗ୍ରୀ ପରିବହନ କରୁଥିବା କୁଲିଙ୍କର ମଜୁରୀ ବୃଦ୍ଧି କରାଯାଇଛି। ଦେଶର ସମସ୍ତ ୬୮ ରେଲୱେ ଡିଭିଜନରେ ଏହା ଲାଗୁ କରାଯିବ। ନୂଆ ନିୟମ ଅନୁସାରେ କୁଲିଙ୍କୁ ଏବେ ୪୦ କିଲୋଗ୍ରାମ୍ରୁ ଅଧିକ ଓଜନର ସାମଗ୍ରୀ ପରିବହନ ପାଇଁ ୩୪୦ ଟଙ୍କା ମଜୁରୀ ଦେବାକୁ ପଡ଼ିବ। ପୂର୍ବରୁ ଏହା ୨୫୦ ଟଙ୍କା ଥିଲା। ସେହିପରି ଷ୍ଟ୍ରେଚରରେ ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ ନେବା ପାଇଁ ମଜୁରୀ ୨୭୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଏହା ୨୦୦ ଟଙ୍କା ଥିଲା।ସେହିପରି ହ୍ବିଲ୍ ଚେୟାରରେ ବୟସ୍କ ବ୍ୟକ୍ତି ବିଶେଷଙ୍କ ନେବା ପାଇଁ ମଜୁରୀ ଏଣିକି ୧୮୦ ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏହା ୧୩୦ ଟଙ୍କା ଥିଲା। ନୂଆ ମଜୁରୀ ଦର ଦେଶର ସମସ୍ତ ରେଲୱେ ଷ୍ଟେସନରେ ଲାଗୁ ହେବ। ‘ଏ-୧’ ଏବଂ ‘ଏ’ ବର୍ଗର ରେଲୱେ ଷ୍ଟେସନରେ ଏହି ନୂଆ ମଜୁରୀ ଲାଗୁ ହେଉଥିବା ବେଳେ ଛୋଟ ଷ୍ଟେସନରେ ମଜୁରୀ କମ୍ ରହିବ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..