Report Card Odisha

| Daily Odia News

ଦିଲ୍ଲୀର ୨ ମସ୍‌ଜିଦ୍‌କୁ ନୋଟିସ ଜାରି କଲା ରେଳବାଇ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ଦୁଇଟି ପ୍ରମୁଖ ମସ୍‌ଜିଦ୍‌କୁ ଉତ୍ତରାଞ୍ଚଳ ରେଳବାଇ ପ୍ରଶାସନ ନୋଟିସ୍‌ ଜାରି କରିଛି। ବେଙ୍ଗଲି ମାର୍କେଟ୍‌ ମସ୍‌ଜିଦ୍‌ ଓ ବାବର ଶାହା ଟାକିଆ ମସ୍‌ଜିଦ୍‌ କୁ ୧୫ ଦିନ ମଧ୍ୟରେ ଜବର ଦଖଲ ଉଚ୍ଛେଦ କରିବା ଲାଗି ନୋଟିସ୍‌ କରାଯାଇଛି | ରେଳବାଇ କର୍ତ୍ତୃପକ୍ଷମାନେ ସତର୍କ କରାଇ ଦେଇଛନ୍ତି ଯେ, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯଦି ମସ୍‌ଜିଦ୍ ତରଫରୁ ଜବରଦଖଲ ଉଚ୍ଛେଦ ନ କରାଯାଏ ତେବେ ସେମାନେ ଜବରଦଖଲ ଜମି ନେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଜାରି କରିଥିବା ନୋଟିସ୍‌ରେ ରେଳବାଇ ପ୍ରଶାସନ କହିଛି ଯେ, ସେମାନଙ୍କର ଜମିକୁ ବେଆଇ ଭାବେ ଦଖଲ କରାଯାଇଛି। ତେଣୁ, ସମ୍ପୃକ୍ତ ପକ୍ଷମାନେ ଦଖଲ ଜମିରେ ତୋଳାଯାଇଥିବା ଅଣସ୍ବୀକୃତିପ୍ରାପ୍ତ କୋଠାବାଡ଼ି, ମନ୍ଦିର, ମସ୍‌ଜିଦ୍‌ ଅଥବା ଉପାସନାସ୍ଥଳୀଗୁଡ଼ିକୁ ସ୍ବେଚ୍ଛାରେ ଉଠାଇ ନିଅନ୍ତୁ। ନୋଟିସ୍‌ ଅମାନ୍ୟ କଲେ ଜମି ପୁର୍ନଦଖଲ ପାଇଁ ରେଳବାଇ ପ୍ରଶାସନ ‘ରେଳବାଇ ଆଇନ’ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।ନୋଟିସ୍‌ରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ରେଳବାଇ ଜବରଦଖଲ ଉ‌ଚ୍ଛେଦ କରିବା ବ‌େଳେ ଯଦି ସେ ସ୍ଥାନରେ ଅନ୍ୟ କିଛି ନଷ୍ଟ ହୁଏ, ତେବେ ସେଥିପାଇଁ ମସ୍‌ଜିଦ୍‌ ପକ୍ଷ ଦାୟୀ ରହିବେ। ସୂଚନାଯୋଗ୍ୟ, ୪୦୦ ବର୍ଷର ପୁରାତନ ବୋଲି କୁହାଯାଉଥିବା ବାବର ଶାହ ଟାକିୟା ମସ୍‌ଜିଦ୍‌ ସେ ଅଞ୍ଚଳ ପ୍ରମୁଖ ଧାର୍ମିକ ଓ ସାଂସ୍କୃତି ପୀଠ। କିନ୍ତୁ, ସେଠାରେ ଜମି ଅଛି ବୋଲି ରେଳବାଇ ନୋଟିସ ଜାରି କରିବା ପରେ ଜମିର ମାଲିକାନା ନେଇ କଳ୍ପନାଜଳ୍ପନା ଆରମ୍ଭ ‌ହୋଇଛି।

Breaking News