ରିପୋର୍ଟ କାର୍ଡ / ଭୁବନେଶ୍ବର
ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା କରିଛନ୍ତି | ଆଜି ତାଙ୍କ ବାସଭବନ ପ୍ରାଚୀ ବିହାର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି | ଆତ୍ମହତ୍ୟା ପଛର କାରଣ ଜଣାପଡ଼ିନି । ମଂଚେଶ୍ୱର ପୋଲିସ ପହଂଚହିଁ ତଦନ୍ତ ଚଳାଇଛି | ଏପରି ଖବର ଓଲିଉଡ ସିନେପ୍ରେମୀଙ୍କୁ ଶକ୍ତ ଝଟକା ଦେଇଛି। ୧୯୬୩ ମସିହାରେ ରାଇମୋହନ ପରିଡ଼ା ଜନ୍ମ ହୋଇଥିଲେ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳାରେ। କରଞ୍ଜିଆ କଲେଜରେ ପାଠପଢ଼ା ଶେଷ କରିବା ପରେ ସେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ସେ ଏଠାରେ ନାଟକ ବିଭଗର ଛାତ୍ର ଥିଲେ। ସେ ଅଭିନୟରେ ତାଲିମ ନେଇଥିଲେ। ରାଇମୋହନଙ୍କର ପତ୍ନୀ ଓ ୨ ଝିଅ ଅଛନ୍ତି। ଜଣେ ଝିଅ ବିବାହ କରିସାରିଛନ୍ତି। ରାଇମୋହନ ପ୍ରାଚୀ ବିହାର ଘରେ ପତ୍ନୀ ଓ ସାନ ଝିଅ ସହିତ ରହୁଥିଲେ। ରାଇମୋହନ ପରିଡ଼ା ୯୦ଟି ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବା ସହିତ ୧୫ଟି ବଙ୍ଗଳା ଫିଲ୍ମରେ କାମ କରିଛନ୍ତି। ସେ ୪୦ରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ କାମ କରିଛନ୍ତି। ବିଶେଷ କରି ନେଗେଟିଭ୍ କ୍ୟାରେକ୍ଟରରେ ସେ ଛାଡ଼ି ଯାଇଛନ୍ତି ସ୍ୱତନ୍ତ୍ର ଛାପ।
More Stories
କ୍ଷମା ମାଗ,ନଚେତ୍ ନବୀନ ନିବାସ ଘେରିବୁ…..
ଓଡ଼ିଆ ନବବର୍ଷରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ…..
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି…..