ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍ତର ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଲାଗି ରହିଛି ବର୍ଷା। ରାଜ୍ୟର ଅଧିକାଂଶ ସ୍ଥାନ ତଥା କଟକ ଭୁବନେଶ୍ୱରେ ସିଟିରେ ଲାଗି ରହିଛି ବର୍ଷା। ଉତ୍ତର ଛତିଶଗଡ ଏବଂ ଉତ୍ତର ପୂର୍ବ ମଧ୍ୟପ୍ରଦେଶରେ ଲଘୁଚାପ ସକ୍ରିୟ ରହିଛି। ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଉତ୍ତର ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି । ଝାରସୁଗୁଡା ଏବଂ ପୁରୀ ମଧ୍ୟ ଦେଇ ଲମ୍ବିଛି ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ରାଜ୍ୟର ୧୧ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାକୁ ପାଣି ପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଗଜପତି, ଗଞ୍ଜାମ, ପୁରୀ,ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାଛଡା କଟକ, ଢେଙ୍କାନାଳ, ବଲାଙ୍ଗୀର, ବରଗଡ, ନୂଆପଡା, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷିବ। ମୌସୁମୀ ନିମ୍ନ ଚାପ ରେଖା ରାଜସ୍ଥାନର ଯଶେଲମେର ରୁ ବାହାରି କୋଟା, ଲଘୁଚାପ କ୍ଷେତ୍ର ର କେନ୍ଦ୍ର, ଓଡ଼ିଶାର ଝାରସୁଗୁଡା ଏବଂ ପୁରୀ ମଧ୍ୟ ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଥିବାରୁ, ବଙ୍ଗୋପସାଗର ରୁ ମେଘ ଖଣ୍ଡ ଗୁଡିକ ଉପକୂଳ ମୁହାଁ ହେବା ସହ କିଛି ଜିଲ୍ଲାରେ ବର୍ଷା ଲାଗିରହିଛି । ଜୁନ ମାସ ଶେଷ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ୪୦ ପ୍ରତିଶତ ଥିବାବେଳେ, ଜୁଲାଇ ମାସର ପ୍ରଥମ ୪ ଦିନରେ ଏହି ନିଅଣ୍ଟିଆରେ ୧୧ ପ୍ରତିଶତ ଭରଣ ହେବା ସହ, ଆଜି ଜୁଲାଇ ୪ ସୁଦ୍ଧା ରାଜ୍ୟରେ ୧୮୧. ୪ ମିମି ସହ ସ୍ୱାଭାବିକ ବର୍ଷା ୨୫୬.୧ ମିମି ତୁଳନାରେ ୨୯ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..