ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଂଜ ଓ ବାଲେଶ୍ୱର । ଅପରପକ୍ଷରେ ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତୀ ଅଂଚଳରେ ଆକାଶ ଆଂଶିକ ମେଘାଛନ୍ନ ରହିଛି । ସେହିଭଳି ଗତ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧରେ ୩୭ ଦଶମିକ ୮ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନବରଙ୍ଗପୁରରେ ୧୬ ଦଶମିକ ୮ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଦଶମିକ ୭ ଡ଼ିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୧ ଡ଼ିଗ୍ରୀ ରେକର୍ଡ଼ ହୋଇଛି । କଟକରେ ସର୍ବୋଚ୍ଚ ତାପମାତ୍ରା ୩୫ ଦଶମିକ ୨ ଡ଼ିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୧ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟୁଇଟ୍ରୁ ଏହି ସୂଚନା ମିଳିଛି ।






More Stories
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..