ରିପୋର୍ଟ କାର୍ଡ / ଭୁବନେଶ୍ବର
ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଜାରି ରହିବ। ଏହା ଜୁନ ୭ ତାରିଖ ଯାଏଁ ଲାଗି ରହିବ। ଗୋଟିଏ ଦୁଇଟି ସ୍ଥାନରେରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଯାଏଁ ୧୯୧.୧ ମିଲିମିଟର ବର୍ଷା ରେକର୍ଡ ହେଇଛି। ୨୫ ପତିଶତ ନିଆଣ୍ଟିଆ ବର୍ଷାର ସ୍ଥିତି ରହିଛି। ଦିନକ ପରେ ଆୟୋଜିତ ହେବାକୁ ଥିବା ରଥଯାତ୍ରା ଏଥର ଭିଜିବ। ରଥଯାତ୍ରା ସମୟରେ ପୁରୀରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ପୁରୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୯୦ପ୍ରତିଶତରୁ ଅଧିକ ଗୁଳୁଗୁଳି ହୋଇପାରେ। ଜୁନ୍ ୮ରେ ମଧ୍ୟରେ ପୁରୀରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ସୂଚନାଯୋଗ୍ୟ, ଗତ ୭ ଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହିଛି।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..