ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସୁଛି ପୁଣି ଏକ ଲଘୁଚାପ । ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଦ୍ବାରା ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ଦେଖାଯାଉଛି। ଅଗଷ୍ଟ ୨୮ରୁ ୩୧ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ୨୮ ତାରିଖ ସକାଳ ସାଢ଼େ ୮ଟାରୁ ପରବର୍ତ୍ତୀ ୨୪ ଘଣ୍ଟା ପାଇଁ କେନ୍ଦୁଝର, ମୟୂରଭଂଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଂଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ୨୯ ତାରିଖ ସକାଳ ସାଢ଼େ ୮ଟାରୁ ପରବର୍ତ୍ତୀ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ନବରଂଗପୁର ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛି। ପାଣିପାଗ ବିଭାଗ ଅଗଷ୍ଟ ୨୮ରେ କେନ୍ଦୁଝର, ମୟୂରଭଂଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଂଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ୨୯ ତାରିଖ ସକାଳ ସାଢ଼େ ୮ଟାରୁ ପରବର୍ତ୍ତୀ ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ନବରଂଗପୁର ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ତ୍ତମାନ ଉତ୍ତର-ପଶ୍ଚିମ ଝାଡ଼ଖଣ୍ଡ ଉପରେ ଲଘୁଚାପ ରହିଛି। କ୍ରମଶଃ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ପାଣିପାଗ ବିଭାଗର ସୂଚନା ଅନୁସାରେ ଅଗଷ୍ଟ ୨୯ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ, ଯାହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିପାରେ। ତେଣୁ ଅଗଷ୍ଟ ୩୦ ଓ ୩୧ ତାରିଖ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଅନ୍ୟପଟରେ ଯେଉଁମାନେ ଏବେ ସମୁଦ୍ରରେ ଅଛନ୍ତି, ସେମାନଙ୍କୁ ଅଗଷ୍ଟ ୨୯ ତାରିଖ ସୁଦ୍ଧା ଫେରିଆସିବାକୁ କୁହାଯାଇଛି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..