Report Card Odisha

| Daily Odia News

୮ରୁ ବର୍ଷୀବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ବର୍ଷା କମି ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ଦୁଇ ଦିନରେ ୨ରୁ ୪ ଡିଗ୍ରୀ ବଢ଼ିଯିବ ପାରଦ । ୮ ତାରିଖରୁ ପୁଣି ବର୍ଷା ବଢିବ ବୋଲି ଅନୁମାନ କରାଯାଉଛି । ଏନେଇ ୧୨ ଜିଲ୍ଲାରେ କାଳବୈଶାଖୀ ଆଲର୍ଟ କରିଛି ପାଣିପାଗ ବିଭାଗ ।ଅନ୍ୟପଟେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ । ଅପରାହ୍ନ ବେଳକୁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ । ରାଜ୍ୟର ତାପମାତ୍ରା ଏହି ସମୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି

Breaking News