Report Card Odisha

| Daily Odia News

ବଢ଼ିଲା ରାଜ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି…..

ରିପୋର୍ଟ କାର୍ଡ / ମୁମ୍ବାଇ

ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ଅଭିଯୋଗରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରି ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ପୋଲିସ ହେପାଜତକୁ ପଠାଯାଇଥିଲା | ଆଜି ତାଙ୍କର ଅବଧି ସରୁଥିବାରୁ ଏହାକୁ ପୁଣି ଜୁଲାଇ ୨୭ତାରିଖ ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି | ହେପାଜତକୁ ଯାଇଥିଲେ ମଧ୍ୟ ରାଜ କୌଣସି ପ୍ରଶ୍ନର ଉତ୍ତର ଠିକ ଭାବରେ ଦେଉନଥିବା ସହ ଅଶ୍ଳୀଳ ଫିଲ୍ମ ତିଆରି କରୁନଥିଲେ ବୋଲି କହିଥିଲେ | ଯାଞ୍ଚରେ ସହଯୋଗ କରୁନଥିବାରୁ କ୍ରାଇମ ବ୍ରାଞ୍ଚ ହେପାଜତର ଅବଧି ବଢାଇବା ପାଇଁ କୋର୍ଟରେ ଆବେଦନ କରିବ ବୋଲି କହିଥିଲା | ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଜୁଲାଇ ୨୭ତାରିଖ ପର୍ଯ୍ୟନ୍ତ ତାଙ୍କୁ ପୁଲିସ ହେପାଜତକୁ ପଠାଯାଇଛି | ତେବେ ଯାଞ୍ଚ କରୁଥିବା ଅଧିକାରୀମାନେ ରାଜଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ଦାବି କରିଛନ୍ତି। ଏହା ସହ ଅଧିକାରୀମାନେ କହିଛନ୍ତି ଯେ, ରାଜ କୁନ୍ଦ୍ରା ଅଗଷ୍ଟ ୨୦୧୯ରୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ କରିଥିଲେ ଏବଂ ସେଥିରୁ କୋଟି ଟଙ୍କା ରୋଜଗାର କରିଥିଲେ | “ତାଙ୍କ ଆପ୍ (ହଟଶଟ୍)ରେ ପ୍ରାୟ ୨୦ଲକ୍ଷ ପେଡ୍ ଗ୍ରାହକ ରହିଥିଲେ, ଯେଉଁମାନେ ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବା ପାଇଁ ସଦସ୍ୟତା(ମେମ୍ବରସିପ) ନେଇଥିଲେ। ସେ ଏହି ୨୦ଲକ୍ଷ ପେଡ୍ ଗ୍ରାହକଙ୍କଠାରୁ କୋଟି କୋଟି ଟଙ୍କା ଆୟ କରୁଥିଲେ | ଅଶ୍ଳୀଳ ଚଳଚ୍ଚିତ୍ର ଅପଲୋଡ୍ କରିବା ପାଇଁ ସେ ଏକ ମୋବାଇଲ୍ ଆପ୍ ତିଆରି କରିଥିଲେ କାରଣ ଏହା ୱେବସାଇଟ୍ ଅପେକ୍ଷା ଅଧିକ ସହଜ ଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

Breaking News