ରିପୋର୍ଟ କାର୍ଡ / କଟକ
ଗାର୍ଲଫ୍ରେଣ୍ଡ ପାଇଁ ଧରାପଡ଼ିଗଲା ଅଭିଯୁକ୍ତ ରାଜା ସାହାଣୀ। ଷ୍ଟେସନରେ ଉଠିଥିଲା ରାଜାର ଫଟୋ। ଋଷିକେଶ ବୁଲିବାକୁ ଯାଇ ଧରାପଡ଼ିଗଲା। ଷ୍ଟେସନର ଫଟୋ ଦେଖି ଚିହ୍ନିଥିଲା କମିଶନରେଟ ପୋଲିସ। ଆନ୍ତଃରାଜ୍ୟ ଡକାୟତ ରାଜାକୁ ଧରାଇଦେଲା ଫଟୋ। ଉତ୍ତରାଖଣ୍ଡର ଏକ ରେଲୱେ ଷ୍ଟେସନର ଫଟୋ ମିଳିଥିଲା। ସେଠାରେ ବୁଲୁଥିବା ବେଳେ ରାଜାଙ୍କ ଫଟୋ ଉଠିଥିଲା। ଗାର୍ଲଫ୍ରେଣ୍ଡ ସହ ବୁଲିବାକୁ ଯାଇ ଧରାପଡ଼ିଥିଲେ। ସୂଚନାନୁଯାୟୀ, ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ପୋଲିସ ଗିରଫ କରିଥିଲା। ଦଶହରାରେ ମଧୁକାନ୍ତ ଓ ରାଜା ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ। ରାଜା ସାହାଣୀ ୦୩.୧୦.୨୫ରେ ଚୌଦ୍ୱାର ଜେଲରୁ ଖସି ପଳାଇଥିଲା । ରାଜାକୁ ଋଷିକେଶରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ କଟକ ଆଣିଛି କମିଶନରେଟ ପୋଲିସ।






More Stories
ମନମାନୀ କଲେ କାର୍ଯ୍ୟାନୁଷ୍ଠାନ….
ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ……
ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ…..