Report Card Odisha

| Daily Odia News

ରଜ ଉତ୍ସବ ରେ ସେବାରତ୍ନ ସମ୍ମାନ ୨୦୨୨…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୫ମ ବାର୍ଷିକ ରଜ ଉତ୍ସବ ପାଳନ ସହିତ ସମାଜ ରେ ମାନବ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଥିବା ବିଭିନ୍ନ ବର୍ଗର ସମ୍ମାନୀୟ ବ୍ୟକ୍ତି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସେବରତ୍ନ ସମ୍ମାନ ୨୦୨୨ ରେ ସମ୍ମାନିତ କରାଯାଇଥିଲା | ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆୟକର ଅଧିକାରୀ ଓ କବି ଶ୍ରୀଯୁକ୍ତ ଶରତ ଦାଶ , ମୁଖ୍ୟ ବକ୍ତା ଭାବେ ଶ୍ରୀ ଦାସ ବେନୁର, ସମ୍ମାନୀୟ ଅତିଥି ଭାବରେ ଶ୍ରୀ ମନୋଜ ଦାଶ ଓ ଶୁଚିସ୍ମିତା ପୃଷ୍ଟି , ଶ୍ରୀ ସଞ୍ଜୀବ ଶତପଥୀ ଓ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଉପଦେଷ୍ଟ। ଶାଶ୍ଵତୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ | ପ୍ରଥମେ ଭଜନ ଓ ଓଡ଼ିଶୀ ନୃତ୍ୟ ପରିବେଷଣ ପରେ ଅତିଥି ମାନେ ସଭାକାର୍ଯ୍ୟ ରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ | ପରେ ପରେ ସମସ୍ତ ଅତୀତ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା| ମଞ୍ଚ ପରିଚାଳନା ଅଭିନନ୍ଦନ ଦାସ କରିଥିଲେ| ଅତିଥି ମାନଙ୍କ ଅଭିଭାଷଣ ପରେ ସମାଜ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଥିବା ବ୍ୟକ୍ତି ଓ ମହିଳା ମାନଙ୍କୁ ସେବାରାତ୍ନ ସମ୍ମାନ ୨୦୨୨ ରେ ସମ୍ମାନିତ କରାଯାଇଥିଲା, ପରେ ପରେ ଭୁବନେଶ୍ୱର ଲେଡିଜ ଫୋରମ୍, ଓ ଚିନ୍ମୟୀ କ୍ଲାସିକ ପକ୍ଷରୁ ରଜ ଗୀତ ଓ ଅନ୍ୟାନ୍ୟ ଓଡ଼ିଆ ପୁରୁଣା ଗୀତରେ ନାଚ ପରିବେଷଣ କରିଥିଲେ |ଉମାନାଥ ମିଶ୍ର ଇ ଦିଲ୍ଲୀପ ପଟନାୟକ ବିପିନ ବିହାରୀ ସାହୁ, ମନୋଜ ରାଉଳ ଶ୍ରୀନିବାସ ରାଓ, ସୁରେଶ ଦାସ, ମନୋରଞ୍ଜନ ପଳେଇ, ଶୁଭେନ୍ଦୁ ସାହୁ, ନିରୋଜ ସାହୁ, ଅଚ୍ୟୁତ ପ୍ରସାଦ ବେହେରା, ଆଶିଷ ମହାପାତ୍ର, ନବକିଶୋର ମହାଳିକ ରଞ୍ଜନ ସାମଲ, ବିରଞ୍ଚି ରାଉତ,ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ | ଆଜିର ରଜ ଉତ୍ସବ ରେ ରଜ ପାନ, ପୋଡ଼ ପିଠା, କାକରା, ଚକୁଳି, ଡାଲମା, ଆଳୁ ଦମ ଦହିବରା, ଗୁପଚୁପ ଓ ଅନ୍ୟାନ୍ୟ ଖାଦ୍ୟ ସମସ୍ତେ ମିଳିମିଶି ଖାଇ ଆନନ୍ଦ ପ୍ରକାଶ କରିଥିଲେ | ସମସ୍ତେ ରଜ ଉତ୍ସବ ପାଳନ ନିମନ୍ତେ ହୋଇଥିବା ଦୋଳି ରେ ଝୁଲି ଆନନ୍ଦ ନେଇଥିଲେ | ହେମନ୍ତ ମଲିଆ,ରାହୁଲ, ସୋନୁ ସୁନୀଲ, ଜଗବନ୍ଧୁ,ଦିବ୍ୟଜ୍ୟୋତି ଓ ବହୁ ସଦସ୍ୟ ଓ ମିତ୍ର ମାନେ ଯୋଗ ଦେଇ ସହଯୋଗ କରିଥିଲେ |

Breaking News