ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭାର ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ କଂଗ୍ରେସ ସାଂସଦ ରଜନୀ ପାଟିଲଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀ ଧନଖଡ଼ ତାଙ୍କୁ ବଜେଟ ଅଧିବେଶର ବାକି ସମସ୍ତ କାର୍ଯ୍ୟ ଦିବସ ଶେଷ ହେବା ଯାଏ ନିଲମ୍ବିତ କରିଛନ୍ତି। ତେବେ ଏପରି କଠୋର ଦଣ୍ଡଦେବା ଆଦୌ ଠିକ୍ ହୋଇନି ଓ ସେ ଅପମାନିତ ବୋଧ କରୁଥିବା ରଜନୀ ପାଟିଲ କହିଛନ୍ତି । ରାଜ୍ୟସଭାରେ ହଟ୍ଟଗୋଳ ଓ କାର୍ଯ୍ୟ ଚାଲିଥିବା ବେଳେ ପାଟିଲ କୁଆଡ଼େ ଏହାର ରେକର୍ଡିଂ କରୁଥିଲେ। ଏହି ଅଭିଯୋଗ ପରେ ତାଙ୍କୁ ସଂପୂର୍ଣ୍ଣ ବଜେଟ ଅଧିବେଶନରୁ ନିଳମ୍ବିତ କରାଯାଇଛି। ସେ ଆଦେଶ ପ୍ରତ୍ୟାହାର ନ ହେବା ଯାଏ ଗୃହରେ ପ୍ରବେଶ କରିପାରିବେ ନାହିଁ।






More Stories
ଖାଲି ଗୃହିଣୀ ନୁହେଁ ସେମାନେ ରାଷ୍ଟ୍ର ନିର୍ମାତା…..
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..