ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରିଷ୍ଠ ବିଜେଡି ନେତା ରଜନୀକାନ୍ତ ସିଂହଙ୍କୁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଅଂଚଳରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଇସ୍ତଫା ଦେବେ। ସେ ଆଜି ବିଧିବଦ୍ଧ ଭାବେ ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାରେ ବିଜେଡି ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଦଳ ରଜନୀକାନ୍ତ ସିଂହଙ୍କ ଉପରେ ନିର୍ଭର କରୁଛି | ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ଆଧାରରେ ବିଜେଡି ତାଙ୍କୁ ଉପବାଚସ୍ପତି ପଦରୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛି । ଗତ ଦୁଇଦିନ ତଳେ ତାଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀ ସିଂହ ଆଜି ଭୁବନେଶ୍ୱରରେ ବାଚସ୍ପତିଙ୍କୁ ଭେଟି ବିଧିବଦ୍ଧ ଭାବେ ନିଜର ଇସ୍ତଫା ପତ୍ର ଦେବେ ବୋଲି ଜଣାପଡିଛି |






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..