ରିପୋର୍ଟ କାର୍ଡ / ଜୟପୁର
ଖେଳୁଥିବାବେଳେ ବୋରଓ୍ବେଲ ଗର୍ତ୍ତ ଭିତରକୁ ଖସିପଡ଼ିଛି ୨ ବର୍ଷର ଶିଶୁ। ରାଜସ୍ଥାନର ଦୌସା ଜିଲ୍ଲା ଅନ୍ତର୍ଗତ ବନ୍ଦୁକି ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବରପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ପିଲାକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି। ବୋରଓ୍ବେଲ ଗର୍ତ୍ତଟି ୩୫ ଫୁଟ ଗଭୀର ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପିଲାଟିର ସ୍ଥିତି ବିଷୟରେ ଜଣାପଡ଼ି ନାହିଁ। ଦୌସା ଜିଲ୍ଲାପାଳ ଦେବେନ୍ଦ୍ର କୁମାର, ଏସପି ରଞ୍ଜିତା ଶର୍ମା ଏବଂ ଜଳଯୋଗାଣ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……