ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନର ଅଲୱରରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ଯଶବନ୍ତ ସିଂହଙ୍କ ବୋହୂ ଚିତ୍ରା ସିଂହଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ସ୍ୱର୍ଗତ ଯଶବନ୍ତ ସିଂହଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ସାଂସଦ ମାନବେନ୍ଦ୍ର ସିଂହ, ତାଙ୍କ ପୁଅ ଓ କାର୍ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିଲେ। ଅଲୱର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଗତକାଲି ଏହି ୩ ଜଣଙ୍କୁ ଗୁରଗ୍ରାମ ପଠାଇ ଦିଆଯାଇଛି। ଅଲୱରଠୁ ୧୫୦ କିମି ଦୂର ଗୁରୁଗ୍ରାମସ୍ଥିତ ପାରସ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରିବା ନିମନ୍ତେ ଗ୍ରୀନ୍ କରିଡର କରାଯାଇଥିଲା। ମାନବେନ୍ଦ୍ରଙ୍କ ଛାତିରେ ପ୍ରବଳ ମାଡ଼ ହୋଇଥିବା ବେଳେ ତାଙ୍କ ହାତ ଭାଙ୍ଗି ଯାଇଛି। ସେହିପରି ତାଙ୍କ ପୁଅଙ୍କର ବି ହାତ ଭାଙ୍ଗିଯାଇଥିବା ବେଳେ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଉଭୟ ବାପପୁଅଙ୍କୁ ଚିତ୍ରା ସିଂହଙ୍କ ମୃତ୍ୟୁ ସମ୍ପର୍କୀତ ସୂଚନା ଦିଆଯାଇ ନ ଥିବା ଜଣାଯାଇଛି। ଅପରପକ୍ଷେ, ଚିତ୍ରାଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସରେ ଜୋଧପୁର ପଠାଇ ଦିଆଯାଇଛି। ଏହି ଦୁର୍ଘଟଣା ଖବର ପାଇ କଂଗ୍ରେସ ଓ ବିଜେପିର ବହୁ ବରିଷ୍ଠ ନେତା ହସ୍ପିଟାଲରେ ପହଞ୍ଚିଥିଲେ ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..