Report Card Odisha

| Daily Odia News

‘ଆଜିର ବିଜୟ ଐତିହାସିକ,ଇସ୍ତଫା ଦେବେ ଗେହେଲଟ୍‌……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୩ ରାଜ୍ୟରେ ବିଜେପିର ଦମ୍‌ଦାର ବିଜୟ ହୋଇଛି | ଏହା ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘‘ଆଜିର ବିଜୟ ଐତିହାସିକ, ଅଭୂତପୂର୍ବ। ଆଜି ସବକା ସାଥ, ସବକା ବିକାଶର ବିଜୟ ହୋଇଛି। ଆଜି ସଚ୍ଚୋଟତା, ସ୍ୱଚ୍ଛତା ଏବଂ ଉତ୍ତମ ଶାସନ ଜିତିଛି’’। ରାଜସ୍ଥାନରେ କଂଗ୍ରେସ ପରାଜୟ ସ୍ବୀକାର କରିଛି। ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅଶୋକ ଗେହେଲଟ୍‌। ସନ୍ଧ୍ୟା ୫.୩୦ରେ ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିବେ।ସୂଚନାଯୋଗ୍ୟ, ରବିବାର ୪ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଏବଂ ତେଲେଙ୍ଗାନାର ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ହୋଇଥିଲା । ଏଥିରେ ବିଜେପି ୩ ରାଜ୍ୟରେ ବିଜୟ ବାନା ଉଡ଼ାଇଥିବା ବେଳେ ଗୋଟିଏ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବିଜେପିର ବିପୁଳ ବିଜୟ ହୋଇଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ବହୁମତ ହାସଲ କରିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧନୀ ଆସନରେ ନିର୍ବାଚନ ଲଢ଼ି ୧,୬୪,୯୫୧ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବିକ୍ରମ ମସ୍ତାଲ ଶର୍ମାଙ୍କୁ ସେ ୧,୦୪,୯୭୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ଛତିଶଗଡ଼ର ପାଟନରେ ଭୂପେଶ ବଘେଲଙ୍କୁ ୯୫,୪୩୮ ଖଣ୍ଡ ଭୋଟ ପାଇଥିବା ବେଳେ ସେ ନିକଟତମ ବିଜେପି ପ୍ରାର୍ଥୀ ବିଜୟ ବଘେଲଙ୍କୁ୧୯,୭୨୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।ସେହିପରି ରାଜସ୍ଥାନର ସରଦାରପୁରାରେ ଅଶୋକ ଗହଲୋତ ୯୬,୮୫୯ ଖଣ୍ଡ ଭୋଟ ପାଇଛନ୍ତି। ସେ ନିକଟତମ ବିଜେପି ପ୍ରାର୍ଥୀ ମହେନ୍ଦ୍ର ରାଠୋରଙ୍କୁ ୨୬,୩୯୬ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ତେଲେଙ୍ଗାନାର ଗ‌ଜୱେଲରେ କାଲଭାକୁନ୍ତଳା ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ୧,୧୧,୬୮୪ ଖଣ୍ଡ ଭୋଟ ମିଳିଛି। ବିଜେପି ପ୍ରାର୍ଥୀ ଇତଲା ରାଜେନ୍ଦ୍ରଙ୍କ ବିପକ୍ଷରେ କେସିଆର ୪୫,୦୩୧ ଖଣ୍ଡ ଭୋଟ୍‌ ବ୍ୟବଧା‌ନରେ ନିର୍ବାଚନ ଜିତିଛନ୍ତି।

 

 

Breaking News