Report Card Odisha

| Daily Odia News

ମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍‌……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନର ଜଣେ ମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍‌ ହୋଇଛି | ଏହି ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସମ୍ପୃକ୍ତ ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ବିଜେପି ଦାବି କରିଛି। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓ କ୍ଲିପ୍‌କୁ ନେଇ ରାଜସ୍ଥାନରେ ଶାସକ ଦଳ କଂଗ୍ରେସକୁ ବିଜେପି ଟାର୍ଗେଟ୍‌ କରିଛି। ଦାବି କରାଯାଉଛି ଯେ, ଏହି ଭିଡିଓ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ସହ ଜଡ଼ିତ। ଭାଇରାଲ୍‌ ଏହି କ୍ଲିପ୍ ଭିଡିଓ ଚାଟ୍‌ ଭଳି ଲାଗୁଛି। ଯେଉଁଥିରେ ଜଣେ ମହିଳା କେବଳ ଅନ୍ତଃବସ୍ତ୍ର ପିନ୍ଧିଥିବା ଦେଖିବାକୁ ମିଳିଛି। ଭିଡିଓରେ କୌଣସି ସାଉଣ୍ଡ୍‌ ନାହିଁ। ତେବେ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ପରେ ମନ୍ତ୍ରୀ ସାଲେହଙ୍କ ବରଖାସ୍ତ ଦାବି କରିଛି ବିଜେପି। ଏନେଇ ବିଜେପିର ରାଜସ୍ଥାନ ୟୁନିଟ୍‌ ଟ୍ୱିଟ୍‌ କରି କହିଛି, ‘ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଜୀ, ଏହା ପ୍ରଥମ ଘଟଣା ନୁହେଁ, ଯାହାକି କୌଣସି ମହିଳାଙ୍କ ସହ ଆପଣଙ୍କ ମନ୍ତ୍ରୀ ଆପତ୍ତିଜନକ ଭିଡିଓ ଭାଇରାଲ ହେବା। ଏସବୁ ପରେ ଆପଣ କ’ଣ ମନ୍ତ୍ରୀ ସାଲେହ ମହମ୍ମଦଙ୍କୁ ବରଖାସ୍ତ କରିବେ ନା ‘ଭୋଟ୍‌ ବ୍ୟାଙ୍କ’ ଲୋଭରେ ତାଙ୍କୁ ଛାଡ଼ି ଦେବେ।’ ବିଜେପି ନେତା ଅମିତ ମାଲଭିଆ ମଧ୍ୟ ଟ୍ୱିଟ୍‌ କରି କହିଛନ୍ତି, ମନ୍ତ୍ରୀ ସାଲେହ ମହମ୍ମଦ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱରେ ଥିବା ସ୍ୱର୍ଗତଃ ଗାଜି ଫକିରଙ୍କ ପୁଅ। ସେ କହିବା ପରେ ହିଁ ସାଲେହଙ୍କୁ ମନ୍ତ୍ରୀ କରାଯାଇଥିଲା।’

Breaking News