ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଏଜି ପେରାରିଭାଲାନଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ଅଦାଲତଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ଏଜି ପେରିଭାଲାନଙ୍କୁ ଜାମିନ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି, ତାଙ୍କ ଆଚରଣ, ଅସୁସ୍ଥତା ସମ୍ପର୍କରେ ଆବେଦନକାରୀଙ୍କ ଦ୍ୱାରା ପର୍ଯ୍ୟାପ୍ତ କାଗଜପତ୍ର ଦାଖଲ କରାଯାଇଛି। ସେ ୩୦ ବର୍ଷରୁ ଅଧିକ ଜେଲରେ ବିତାଇଥିବା କଥାକୁ ବିଚାରକୁ ନେଇ ତାଙ୍କୁ ଜାମିନରେ ମୁକ୍ତ କରାଯିବା ଉଚିତ ବୋଲି ନିଷ୍ପତ୍ତି ନେଇଥିଲୁ। ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାରେ ପେରାରିଭାଲାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ଏବଂ ସେ ୩୨ ବର୍ଷ ଜେଲରେ ଥିଲେ। ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଏକ ନିର୍ବାଚନ ସମାବେଶରେ ମେ ୨୧, ୧୯୯୧ରେ ଆତ୍ମଘାତୀ ଆକ୍ରମଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……