ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସମସ୍ତ ୬ ହତ୍ୟାକାରୀ ଜେଲ୍ରୁ ମୁକୁଳିବେ। ବର୍ତ୍ତମାନ ରାଜୀବ ଗାନ୍ଧିଙ୍କୁ ବୋମା ବିସ୍ଫୋରଣରେ ହତ୍ୟା କରିଥିବା ସମସ୍ତ ୬ ଦୋଷୀ ଆଜୀବନ ଜେଲ ଦଣ୍ଡ ପାଇଁ ଜେଲରେ ସଜା କାଟୁଛନ୍ତି। କିନ୍ତୁ ଆଜି ସମସ୍ତଙ୍କୁ ସୁପ୍ରିମକୋର୍ଟ ଜେଲରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁ ସରକାର ଦୋଷୀଙ୍କୁ ଜେଲରୁ ଖଲାସ କରିବା ପାଇଁ ରାଜ୍ୟପାଳଙ୍କୁ ପୂର୍ବରୁ ପ୍ରସ୍ତାବ ଦେଇଥିଲେ। ଆଜି ସେମାନଙ୍କୁ ସୁପ୍ରିମକୋର୍ଟ ରିଲିଜ ପାଇଁ ଅର୍ଡର ଦେଲା ବେଳେ ଉଲ୍ଲେଖ କରିଛନ୍ତି। ମେ’ ମାସରେ ହତ୍ୟା ଘଟଣାର ଅନ୍ୟତମ ଦୋଷୀର ପେରାରିଭାଲାନଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଜେଲରୁ ଖଲାସ କରିଥିଲେ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..