ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୧୨୦ ବାଟାଲିୟନ ପରିସରରେ ଡ୍ରେନ ର୍ନିମାଣ ପାଇଁ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି । ଏହାପରେ ଶନିବାର ଅପରାଜିତା ଷଡ଼ଙ୍ଗୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି | ନୟାପଲ୍ଲୀ ଏବଂ ରାଜଧାନୀବାସୀଙ୍କ ତରଫରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି । ବର୍ଷା ଦିନେ ନୟପଲ୍ଲୀ ଅଞ୍ଚଳ ବହୁ ଦିନ ଧରି ପାଣି ଜମିରହୁଥିଲା । ତେବେ ଏଥିପାଇଁ ଡ୍ରେନ୍ ନିର୍ମାଣ ହୋଇପାରୁନଥିଲା । ଉଲ୍ଲେଖ ଯୋଗ୍ୟ- ଭୁବନେଶ୍ୱର ସାଂସଦ ଏହି ସମସ୍ୟା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ | ଏହା ପରେ ଡ୍ରେନ ଖୋଳିବା ନେଇ ଅନୁମତି ମିଳିଥିଲା । ଆଜି ଅପରାଜିତା ଷଡ଼ଙ୍ଗୀ ରାଜନାଥଙ୍କୁ ସାକ୍ଷାତକରି ଦ୍ୱିତୀୟ ବର୍ଷର ବାର୍ଷିକ ରିପୋର୍ଟ କାର୍ଡ ପୁସ୍ତକ ମଧ୍ୟ ଅର୍ପଣ କରିଛନ୍ତି ।
More Stories
ବ୍ରିଜ ତଳକୁ ଖସିଲା ବସ୍…..
ସୁଭଦ୍ରା ପାଇଁ ନୂଆ ବ୍ୟବସ୍ଥା…..
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ଥାନାରେ ଅଟକ….