Report Card Odisha

| Daily Odia News

ନିଶାସକ୍ତ ହେବା କୌଣସି ଆଭିଜାତ୍ୟ ସଂପନ୍ନ କାର୍ଯ୍ୟ ନୁହେଁ:ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିଶାସକ୍ତ ହେବା କୌଣସି ପ୍ରକାରେ ଏକ ଆଭିଜାତ୍ୟ ସଂପନ୍ନ କାର୍ଯ୍ୟ ନୁହେଁ ବୋଲି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ବିଶ୍ୱ ନିଶିଦ୍ଧ ନିଶାଦ୍ରବ୍ୟ ବ୍ୟବହାର ସଚେତନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆମ ସମାଜରେ ନିଶାଦ୍ରବ୍ୟ ବ୍ୟବହାରର ସମସ୍ୟାଗୁଡ଼ିକୁ ଲୋପ କରିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟରତ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି। ଟ୍ୱିଟ୍‍ ମାଧ୍ୟମରେ ସେ କହିଛନ୍ତି ନିଶାଦ୍ରବ୍ୟ ବ୍ୟବହାର ରୋକିବାକୁ କରାଯାଉଥିବା ସମସ୍ତ ଉଦ୍ୟମ ଜୀବନକୁ ସୁରକ୍ଷିତ ରଖିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଶାଦ୍ରବ୍ୟ ନିଜ ସାଙ୍ଗରେ ଅନ୍ଧକାର ଓ ଧ୍ୱଂସ ଡାକି ଆଣିଥାଏ ବୋଲି ସେ କହିଛନ୍ତି। ନିଶାମୁକ୍ତ ଦେଶ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ନିଶା ସମ୍ବନ୍ଧିତ ପ୍ରକୃତ ତଥ୍ୟ ପ୍ରଦାନ କରିବା ସହ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ସେ ଦୋହରାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶହା ମଧ୍ୟ ନିଶାଦ୍ରବ୍ୟ କାରବାର ରୋକିବା କ୍ଷେତ୍ରରେ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଉଥିବା ଦୋହରାଇଛନ୍ତି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ କର୍ମଚାରୀମାନଙ୍କ ଦ୍ୱାରା ଏ କ୍ଷେତ୍ରରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି।

Breaking News