Report Card Odisha

| Daily Odia News

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେଡି କିଣିଲା ୧୨ ସେଟ୍‌ ଫର୍ମ…..  

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଏଥିପାଇଁ ପ୍ରଥମ ଦିନରେ ୧୪ ସେଟ୍‌ ଫର୍ମ ବିକ୍ରି ହୋଇଛି । ସେଥିମଧ୍ୟରୁ ୧୨ ସେଟ୍‌ ପର୍ମ ବିଜେଡି କିଣିଥିବା ସୂଚନା ମିଳିଛି । ତେବେ ରାଜ୍ୟସଭାକୁ ବିଜେଡି ପକ୍ଷରୁ କିଏ ଯିବ ଓ କାହା ନାମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିବେ ତାହା ସ୍ପଷ୍ଟ ହୋଇନାହିଁ । ଗୁରୁବାର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ୧୨ ସେଟ୍‌ ଫର୍ମ ନେଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ୨ଟି ସେଟ୍‌ ଫର୍ମ ନେଇଥିବା ସୂଚନା ମିଳିଛି । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପକ୍ରିୟା ଜାରିରହିବ । ୩ ତାରିଖରେ ଯାଞ୍ଚ ହେବା ପରେ ୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିତ୍ର ପ୍ରତ୍ୟାହାର ହୋଇପାରିବ । ରାଜ୍ୟସଭା ଉପ ନିର୍ବାଚନ ଆସନ୍ତା ୧୩ ତାରିଖରେ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି |

Breaking News