ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହେଉଛି । ୩ ଆସନ ପାଇଁ ହେବ ନାମାଙ୍କନ । ସଂଖ୍ୟା ଦୃଷ୍ଟିରୁ ତିନିରୁ ତିନ ସିଟ୍ ବିଜେଡି ଖାତାକୁ ଯିବା ନିଶ୍ଚିତ । କିନ୍ତୁ କେଉଁ ୩ ଜଣଙ୍କୁ ନବୀନ ଦିଲ୍ଲୀ ପଠାଇବେ ଏହାକୁ ନେଇ ଚର୍ଚାରେ ପାୱାର କରିଡର । ରାଜ୍ୟସଭା କାର୍ଡ କିନ୍ତୁ ଏଯାଏ ଖୋଲି ନାହାନ୍ତି ନବୀନ । ଯୁବ, ମହିଳା ଓ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ନବୀନ ଗୁରୁତ୍ୱ ଦେବ, ଏହାକୁ ନେଇ ଅଙ୍କକଷା ଚାଲିଛି । ଏହାକୁ ନେଇ ଆସିଛି ଦଳର ବରିଷ୍ଠ ନେତା ପ୍ରତାପ ଦେବ କହିଛନ୍ତି, ମୁଖ୍ୟମନ୍ତ୍ରୀ ସଠିକ ସମୟରେ ନିଷ୍ପତ୍ତି ନେବେ। ସଠିକ ସମୟରେ ପାର୍ଥି ଚୟନ ସହ ନାମାଙ୍କନ ଭରିବେ । ସର୍ବୋଚ୍ଚ ନେତା ଭାବେ ତାଙ୍କ ନିକଟରେ ପାର୍ଥୀ ଚୟନ କ୍ଷମତା ରହିଛି। ଦଳର ଅନ୍ୟତମ ବରିଷ୍ଠ ନେତ୍ରୀ ଉଷାଦେବୀ କହିଛନ୍ତି ଚଳିତ ଥର ମହିଳାଙ୍କୁ ପ୍ରାଥମିକତା ମିଳିପାରେ।






More Stories
୨ରୁ ଯୁକ୍ତ ଦୁଇ ଖାତାଦେଖା…..
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..