Report Card Odisha

| Daily Odia News

କ୍ରସ ଭୋଟିଂ କଲା କଂଗ୍ରେସ,ବିଜେପିର ବାଜିମାତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହିମାଚଳ ପ୍ରଦେଶରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ନିରାଶ ହୋଇଛି। ସଂଖ୍ୟା ଥାଇ ବି ବିଜେପି ପ୍ରାର୍ଥୀଙ୍କଠାରୁ ହାରିଯାଇଛି କଂଗ୍ରେସ। କଂଗ୍ରେସର ଅଭିଷେକ ମନୁ ସିଙ୍ଘଭି ବିପକ୍ଷରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି। କ୍ରସ ଭୋଟିଂ ଯୋଗୁଁ ଉଭୟଙ୍କୁ ମିଳିଥିଲା ୩୪ ଖଣ୍ଡ ଲେଖାଏଁ ଭୋଟ। କଂଗ୍ରେସର ୬ ବିଧାୟକ ବିଜେପି ସପକ୍ଷରେ ଭୋଟ ଦେଇଥିବା ସୂଚନା ମିଳିଛି। ଶେଷରେ ଟସ ମାଧ୍ୟମରେ ହର୍ଜ ମହାଜନ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରାଯାଇଛି। କଂଗ୍ରେସ ଅଭିଷେକ ମନୁ ସିଙ୍ଘଭୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ହର୍ଷ ମହାଜନଙ୍କୁ ଟିକେଟ ଦେଇଥିଲା। କ୍ରସ ଭୋଟିଂ ଯୋଗୁ ବିଜେପି ସପକ୍ଷରେ ୩୪ ଖଣ୍ଡ ଭୋଟ ପଡ଼ିଥିଲା। କଂଗ୍ରେସର ଜଣେ ବିଧାୟକ ଅସୁସ୍ଥତା କାରଣରୁ ଭୋଟ ଦେବାକୁ ଆସି ନଥିଲେ। ତେଣୁ ୩୪-୩୩ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସ ମଧ୍ୟ ପରାଜୟ ସ୍ୱୀକାର କରିବା ସହ ବିଜେପିର ହର୍ଷ ମହାଜନଙ୍କୁ ଶୁଭେଚ୍ଛା ଜଣାଇଛି।

Breaking News