ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ସୋମବାର ଭୋଟ ହେବ। ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍ କୁମାର, ମମତା ମହନ୍ତ, ମୁଜିବୁଲ୍ଲା ଖାନ(ମୁନା) ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ। ଖାଲି ହେବାକୁ ଥିବା ଏହି ଆସନଗୁଡିକରେ ୪ ଜଣ ରାଜ୍ୟ ସଭାକୁ ଯିବେ। ଏଥିଲାଗି ୫ ଜଣ ପୁରୁଷ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ଭାଜପା ପକ୍ଷରୁ ସୁଜିତ କୁମାର ଏବଂ ମନମୋହନ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଭାଜପା ସମର୍ଥନରେ ସ୍ବାଧୀନ ଭାବେ ଦିଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍) ପକ୍ଷରୁ ମିଳିତ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ୍ ପ୍ରାର୍ଥୀ କରାଯାଇଛି। ୩ ଦଳର ସମର୍ଥନରେ ଦତ୍ତେଶ୍ୱର ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ୪ ଆସନ ଲାଗି ୫ ଜଣ ପ୍ରାର୍ଥୀ ଥିବାରୁ ରାଜ୍ୟ ସଭା ପାଇଁ ନିର୍ବାଚନ ହେବ। ସୋମବାର ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାର ୫୪ ନମ୍ବର ରୁମ୍ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ଭିତରେ ବିଧାୟକମାନେ ଆସି ନିଜର ଭୋଟଦାନ କରିବେ। ଭୋଟିଂ ସରିଯିବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ନିର୍ବାଚନ କିପରି ହେଲା, କିଛି ଘଟଣା ଏବଂ ଅଘଟଣ ସବୁ କଥାର ରିପୋର୍ଟ ଯିବ। ସେଠାରୁ ଯେତେବେଳେ ନିର୍ଦ୍ଦେଶ ଦିଆଯିବ ତା’ପରେ ଗଣତି କରାଯିବ ବୋଲି ଜଣାପଡ଼ିଛି। ପ୍ରାୟତଃ ଅପରାହ୍ନ ୫ଟା ସମୟରେ ଗଣତି କରାଯାଇପାରେ। ଗଣତି ହେବାର କିଛି ସମୟ ପରେ ରାଜ୍ୟ ସଭା ପାଇଁ କେଉଁ ୪ ଜଣ ବିଜୟୀ ହେବେ ସେକଥା ଜଣାପଡିଯିବ।






More Stories
ରାଜ୍ୟସଭା ମତଦାନ ଆରମ୍ଭ…..
ବିଜେଡି ପକ୍ଷରୁ ୨ ନିଲମ୍ବିତ ବିଧାୟକଙ୍କୁ ନୋଟିସ…..
ନବୀନ-ଜୟନାରାୟଣ ମୁହାଁମୁହିଁ…..