ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭାର ୫୪ ସାଂସଦଙ୍କ କାର୍ଯ୍ୟକାଳ ବୁଧବାର ସୁଦ୍ଧା ପୂରିଯାଉଛି। ଅବସର ନେଉଥିବା ଏହି ସାଂସଦଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଭୂପେନ୍ଦ୍ର ଯାଦବ ସାମିଲ ଅଛନ୍ତି। ଅପରପକ୍ଷରେ ୭ କେନ୍ଦ୍ରମନ୍ତ୍ରୀ ଯଥା ଧର୍ମେନ୍ଦ୍ର ପ୍ରଧାନ, ମନସୁଖ ମାଣ୍ଡ୍ଭିୟା, ପୁରୁଷୋତ୍ତମ ରୁପାଲା, ରାଜୀବ ଚନ୍ଦ୍ରଶେଖର, ଭି.ମୁରଲୀଧରନ, ନାରାୟଣ ରାଣେ ଓ ଏଲ.ମୁରୁଗାନଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହୋଇଛି। ଅବସର ନେଇଥିବା ଅନ୍ୟ ସାଂସଦଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ଜୟା ବଚ୍ଚନ ଓ ଆରଜେଡିର ମନୋଜ ଝା ଏବଂ କଂଗ୍ରେସର ଅଭିଷେକ ମନୁ ସିଂଘଭୀ ଅନ୍ୟତମ। ଜୟା ଓ ମନୋଜଙ୍କୁ ସେମାନଙ୍କ ଦଳ ପୁଣି ଥରେ ରାଜ୍ୟସଭାକୁ ପଠାଇଥିବାବେଳେ ନିକଟରେ କ୍ରସ ଭୋଟିଂ ଯୋଗୁଁ ସିଂଘଭୀ ରାଜ୍ୟସଭା ନିର୍ବାଚନରେ ପରାଜିତ ହୋଇଛନ୍ତି। ରାଜ୍ୟସଭାରୁ ଅବସର ନେଇଥିବା ୭ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରୁ ଅଶ୍ବିନୀ ବୈଷ୍ଣବଙ୍କୁ ବାଦ ଦେଇ ଅନ୍ୟମାନେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….