ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ପାଇଁ ଖୁସି ଖବର ଦୈନିକ କରୋନା ସଂକ୍ରମଣ ହ୍ରାସପାଉଛି | ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୫୭ ଏବଂ ସ୍ଥାନୀୟ ସଂକ୍ରମିତ ୪୭୨ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୦୮୬୬ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ୫୫, ବାଲେଶ୍ୱର ୭୨, ବରଗଡ ୩, ଭଦ୍ରକ ୬୦, ବଲାଙ୍ଗୀର ୪, ବଉଦ ୪ ଏବଂ କଟକ ଜିଲ୍ଲାରେ ୧୩୫ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରେ ୮, ଢେଙ୍କାନାଳ ୭, ଗଞ୍ଜାମ ୨, ଜଗତସିଂହପୁର ୬୩, ଯାଜପୁର ୧୩, ଝାରସୁଗୁଡା ୬, କଳାହାଣ୍ଡି ୧, କନ୍ଧମାଳ ୪, କେନ୍ଦ୍ରାପଡା ୬୬, କେନ୍ଦୁଝର ୮ ଏବଂ ଖୋର୍ଦ୍ଧା ଜିଲାରୁ ୩୮୮ ଚିହ୍ନଟ ହୋଇଛନ୍ତି। କୋରାପୁଟରୁ ୨, ମାଲକାନଗିରି ୪, ମୟୁରଭଞ୍ଜ ୨୦, ନବରଙ୍ଗପୁର ୫, ନୟାଗଡ ୨୦ ଏବଂ ନୂଆପଡା ଜିଲ୍ଲା୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି। ଅନୁରୂପ ଭାବରେ ଗୋଟିଏ ଦିନରେ ପୁରୀରୁ ୪୮, ରାୟଗଡା ୬, ସମ୍ବଲପୁର ୧, ସୋନପୁର ୫, ସୁନ୍ଦରଗଡ ୫ ଏବଂ ଷ୍ଟେଟପୁଲରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସୋମବାର ଦିନକ ମଧ୍ୟରେ ୧୭୮୫ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ସଂପ୍ରତି ରାଜ୍ୟରେ ୧୪୩୨୫ ଜଣ କରୋନା ରୋଗୀ ରହିଛନ୍ତି।
More Stories
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……
ମାସକୁ ଅଢେଇ ଲକ୍ଷ ପାଇବେ ବିଧାୟକ!…..