Report Card Odisha

| Daily Odia News

ରାଜ୍ୟରେ ୨ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ ସଂଖ୍ୟା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୫୫ଜଣ କ୍ୱାରେଣ୍ଟିନରୁ ଥିବାବେଳେ ୬୯୩ ରହିଛି ଲୋକାଲ୍‌ କେସ୍‌ । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୫୯୭୪କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦୩୮୭ ଥିବାବେଳେ ୯୩୦୪୧୮ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ମୋଟ୍ ୧୫୧୩୫୮୬୨ ନମୂନା ପରୀକ୍ଷା କରାଯାଇଛି । ଆଜିର ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ରହିଛନ୍ତି ଅନୁଗୁଳ ଜିଲ୍ଲାରୁ ୮୯, ବାଲେଶ୍ୱର ଜିଲ୍ଲାରୁ ୮୩, ବରଗଡ଼ ଜିଲ୍ଲାରୁ ୧୭, ଭଦ୍ରକ ଜିଲ୍ଲାରୁ ୭୭, ବଲାଙ୍ଗୀର ଜିଲ୍ଲାରୁ ୧, ବୌଦ୍ଧ ଜିଲ୍ଲାରୁ ୫, କଟକ ଜିଲ୍ଲାରୁ ୩୩୫, ଦେବଗଡ଼ ଜିଲ୍ଲାରୁ ୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୪, ଗଜପତି ଜିଲ୍ଲାରୁ ୫, ଗଞ୍ଜାମ ଜିଲ୍ଲାରୁ ରୁ ୧୧, ଜଗତସିଂହପୁର ଜିଲ୍ଲାରୁ ୧୧୨ ଜଣ, ଯାଜପୁର ଜିଲ୍ଲାରୁ ୧୧୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧, କନ୍ଧମାଳ ଜିଲ୍ଲାରୁ ୧୫, କେନ୍ଦ୍ରାପଡ଼ାରୁ ୫୦ ଓ କେନ୍ଦୁଝର ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨୩୦ଜଣ, କୋରାପୁଟ ଜିଲ୍ଲାରୁ ୬ଜଣ, ମାଲକାନାଗିରି ଜିଲ୍ଲାରୁ ୩୫, ମୟୁରଭଞ୍ଜ ଜିଲ୍ଲାରୁ ୭୭, ନବରଙ୍ଗପୁର ଜିଲ୍ଲାରୁ ୧୨, ନୟାଗଡ଼ ଜିଲ୍ଲାରୁ ୭୩, ନୂଆପଡ଼ା ଜିଲ୍ଲାରୁ ୭, ପୁରୀ ଜିଲ୍ଲାରୁ ୬୭, ରାୟଗଡ଼ା ଜିଲ୍ଲାରୁ ୨୧, ସମ୍ବଲପୁର ଜିଲ୍ଲାରୁ ୨୧, ସୋନପୁର ଜିଲ୍ଲାରୁ ୧୦, ସୁନ୍ଦରଗଡ଼ ଜିଲ୍ଲାରୁ ୩୩ ଓ ଷ୍ଟେଟ ପୁଲରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ରହିଛନ୍ତି ।

Breaking News