ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୭୨ ଓ ସ୍ଥାନୀୟ ସଂକ୍ରମିତ ୨୬୬ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୩ ଜଣ ରହିଛନ୍ତି। ଅନୁଗୁଳ ଜିଲ୍ଲାରେ ୧୭, ବାଲେଶ୍ୱର ୩୩, ବରଗଡ ୭ ଓ ଭଦ୍ରକ ଜିଲାରେ ୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ବଲାଙ୍ଗୀରରେ ୨, ବଉଦ ୧, କଟକ ୬୬, ଦେବଗଡ ୩, ଢେଙ୍କାନାଳ ୯, ଗଜପତିରେ ୯ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ୪, ଜଗତସିଂହପୁର ୨୨, ଯାଜପୁର ୩୨, ଝାରସୁଗୁଡା ୨ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ୧୫ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର ଜିଲାରେ ୧୪, ଖୋର୍ଦ୍ଧାରେ ୨୪୫, କୋରାପୁଟ ୩, ମାଲକାନଗିରିରେ ୫ ଚିହ୍ନଟ ହୋଇଛନ୍ତି। ନବରଙ୍ଗପୁରରେ ୪, ନୟାଗଡ ୨, ପୁରୀ ୧୮, ରାୟଗଡା ୪, ସମ୍ବଲପୁର ୧୪, ସୋନପୁର ୨, ସୁନ୍ଦରଗଡ ୧୫ ଓ ଷ୍ଟେଟପୁଲରୁ ୫୨ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସୋମବାର ଦିନକ ମଧ୍ୟରେ ୭୨୭ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ୬୯୦୦ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……