ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨,୯୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୧୬୭୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୧୨୪୦ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୯,୦୨୬ରେ ପହଞ୍ଚି ଥିବାବେଳେ ୮,୮୪,୨୬୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍ କେସ୍-୩୦,୫୫୭ ରହିଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୪୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ପରି ରାଜ୍ୟର ଅନ୍ୟ ଜିଲ୍ଲାରେ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୮୬, ବାଲେଶ୍ୱରରୁ ୨୩୭, ବରଗଡ଼ରୁ ୨୨, ଭଦ୍ରକରୁ ୧୬୩, ବଲାଙ୍ଗିରରୁ ୭, ବୌଦ୍ଧରୁ ୧୯, କଟକରୁ ୪୨୨, ଦେବଗଡ଼ରୁ ୫, ଢେଙ୍କାନାଳରୁ ୭୭, ଗଜପତିରୁ ୬, ଗଞ୍ଜାମରୁ ୨୧, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୧୮, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୭୯, କେନ୍ଦୁଝରରୁ ୭୫, ଖୋର୍ଦ୍ଧାରୁ ୫୪୯, କୋରାପୁଟରୁ ୫୫, ମାଲକାନଗିରିରୁ ୫୯, ମୟୂରଭଞ୍ଜରୁ ୧୬୫, ନବରଙ୍ଗପୁରରୁ ୧୯, ନୟାଗଡ଼ରୁ ୯୬, ନୂଆପଡ଼ାରୁ ୮, ପୁରୀରୁ ୧୩୨, ରାୟଗଡ଼ାରୁ ୫୩, ସମ୍ବଲପୁରରୁ ୨୨, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୮ ଓ ଷ୍ଟେଟ୍ ପୁଲ୍ରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..