ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୬୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୧୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୧ଜଣ, ସମ୍ବଲପୁର ଜିଲ୍ଲାରୁ ୯ଜଣ, ଯାଜପୁର ଜିଲ୍ଲାରୁ ୫ଜଣ ରହିଛନ୍ତି । କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଜିଲ୍ଲାରୁ ୪ଜଣ ଲେଖାଏଁ ରହିଥିବା ବେଳେ ସୋନପୁର, ଢେଙ୍କାନାଳ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ୱର, ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ନୂଆପଡ଼ା, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….