Report Card Odisha

| Daily Odia News

ରାଜ୍ୟରେ ୭୬୨ ନୂଆ କରୋନା ସଂକ୍ରମିତ ଚହ୍ନଟ,୧୦୨ ଛୁଆ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୭୬୨ ନୂଆ କରୋନା ସଂକ୍ରମିତ। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୪୩ ଓ ସ୍ଥାନୀୟ ସଂକ୍ରମିତ ୩୧୯ ଜଣ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୦୨ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲ୍ଲାରେ ୨୦, ବାଲେଶ୍ୱର ୧୭, ବରଗଡ ୧୩, ଭଦ୍ରକରେ ୯ ଜଣ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିରରେ ୨, କଟକ ୧୧୯, ଦେବଗଡ ୧, ଢେଙ୍କାନାଳ ୯, ଗଞ୍ଜାମ ୪ ଓ ଜଗତସିଂହପୁର ଜିଲ୍ଲାରେ ୨୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଯାଜପୁରରେ ୧୯, ଝାରସୁଗୁଡା ୪, କଳାହାଣ୍ଡି ୧, କେନ୍ଦ୍ରାପଡା ୨୧, ଖୋର୍ଦ୍ଧାରେ ୩୧୪ ଚିହ୍ନଟ ହୋଇଛନ୍ତି। କୋରାପୁଟରେ ୬, ମାଲକାନଗିରି ୧, ମୟୁରଭଞ୍ଜ ୨୯, ନବରଙ୍ଗପୁର ୨ ଓ ନୟାଗଡରେ ୩ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ପୁରୀରେ ୧୬, ରାୟଗଡା ୬, ସମ୍ବଲପୁର ୭, ସୋନପୁର ୩, ସୁନ୍ଦରଗଡ ୨୬ ଓ ଷ୍ଟେଟପୁଲରୁ ୭୪ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକ ମଧ୍ୟରେ ୮୦୧ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ସଂପ୍ରତି ରାଜ୍ୟରେ ୬୮୫୩ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |

Breaking News