Report Card Odisha

| Daily Odia News

ରାଜ୍ୟରେ ଆଜି ୩ ହଜାର ତଳକୁ ଖସିଲା କରୋନା ସଂକ୍ରମଣ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୨,୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୫୧୭ ଚିହ୍ନଟ ହୋଇଥିବା ବେଳେ ୧୧୨୩ ଜଣ ଲୋକାଲ କେସ୍ ରହିଛି । ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୬୪୨୯କୁ ବୃଦ୍ଧି ପାଇଛି ।ତେବେ ଆଜି ମୋଟ୍ ଚିହ୍ନଟ ହୋଇଥିବା ୨,୬୪୦ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାକୁ ଟପି ବାଲେଶ୍ୱର ଆଗରେ ରହିଛି। ବାଲେଶ୍ୱରରେ ୩୯୭ଜନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୬୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୯, ବରଗଡରୁ ୨୧, ଭଦ୍ରକ ୧୨୮, ବଲାଙ୍ଗୀର ୧୧, ବୌଦ୍ଧ ୧୯, କଟକ ୨୬୬, ଦେବଗଡ ୪, ଢେଙ୍କାନାଳ ୬୭, ଗଜପତି ୧୮, ଗଞ୍ଜାମ ୧୭, ଜଗତସିଂହପୁର ୧୩୨, ଯାଜପୁର ୧୬୨, ଝାରସୁଗୁଡା ୮, କଳାହାଣ୍ଡି ୨୦, କନ୍ଧମାଳ ୧୫, କେନ୍ଦ୍ରାପଡା ୫୫, କେନ୍ଦୁଝର ୭୦, କୋରାପୁଟ ୬୧, ମାଲକାନଗିରି ୬୪, ମୟୁରଭଞ୍ଜ ୧୫୫, ନବରଙ୍ଗପୁର ୨୦, ନୟାଗଡ ୯୨, ନୂଆପଡା ୮, ପୁରୀ ୧୭୮, ରାୟଗଡା ୪୯, ସମ୍ବଲପୁର ୨୩, ସୋନପୁର ୨୫, ସୁନ୍ଦରଗଡରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍‌ପୁଲରୁ ୭୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ୩୩୮୫ ଜଣ ନୂଆ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୬୮୪୨୨୧ଜଣଙ୍କୁ ଟେଷ୍ଟ କରାଯାଇଛି। ଆକ୍ଟିଭ୍ କେସ୍ ୩୧୬୧୯ ରହିଛି। ମୋଟ୍ ୮,୭୦,୭୮୭ ସୁସ୍ଥ ହୋଇ ସାରିଛନ୍ତି।

Breaking News