Report Card Odisha

| Daily Odia News

ରାଜ୍ୟରେ ଆଜି ୪୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୩ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୪୬୭ ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ଏଥିସହିତ ଦିନକରେ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୨୭୨ ଓ ସ୍ଥାନୀୟ ସଂକ୍ରମିତ ୧୯୫ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୮୬ ଜଣ ରହିଥିବା ଜଣାଯାଇଛି । ଅନୁଗୁଳ ଜିଲାରୁ ୪, ବାଲେଶ୍ୱର ୧୬, ବରଗଡ ୧, ଭଦ୍ରକ ୬, ବଲାଙ୍ଗିର ୧, ବଉଦ ୫ ଓ କଟକରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨, ଜଗତସିଂହପୁର ୧୩, ଝାରସୁଗୁଡା ୨, କେନ୍ଦ୍ରାପଡା ୯, କେନ୍ଦୁଝର ୨, ଖୋର୍ଦ୍ଧାରୁ ୨୪୩ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଜିଲାରେ ୧, ନୟାଗଡ ୬, ପୁରୀ ୫, ରାୟଗଡା ୧୩, ସମ୍ବଲପୁର ୧୪, ସୋନପୁର ୧, ସୁନ୍ଦରଗଡ ୮ ଓ ଷ୍ଟେଟପୁଲରୁ ୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୫୭୩ ଜଣ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୪୭୪୭ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

Breaking News