ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜ୍ୟରେ ଆଜି ୬୩୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୬୭ ଏବଂ ସ୍ଥାନୀୟ ସଂକ୍ରମିତ ୨୭୧ ଜଣ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୦ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୭୭୫୦ରେ ପହଞ୍ଚିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୬, ବାଲେଶ୍ୱର ୨୩, ବରଗଡ ୬, ଭଦ୍ରକ ୧୨, ବଉଦ ୧୨ ଓ କଟକ ଜିଲ୍ଲାରେ ୫୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରେ ୧୧, ଢେଙ୍କାନାଳରେ ୧୦, ଗଜପତି ୧, ଗଞ୍ଜାମ ୪, ଜଗତସିଂହପୁର ୧୯, ଯାଜପୁରରେ ୩୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଝାରସୁଗୁଡାରେ ୪, କଳାହାଣ୍ଡି ୧, କନ୍ଧମାଳ ୨, କେନ୍ଦ୍ରାପଡା ୨୧, କେନ୍ଦୁଝର ୨, ଖୋର୍ଦ୍ଧା ୨୬୦, ମାଲକାନଗିରି ୩, ମୟୁରଭଞ୍ଜ ୨୦, ନୟାଗଡ ୭, ନୂଆପଡା ୨, ପୁରୀ ୨୧, ରାୟଗଡା ୭, ସମ୍ବଲପୁର ୭, ସୁନ୍ଦରଗଡ ୧୯ ଓ ଷ୍ଟେଟପୁଲରୁ ୫୭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୭୨୫୫ ସକ୍ରିୟ କରୋନା ରୋଗୀ ରହିଛନ୍ତି।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….