ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କିଛିଦିନ କରୋନା ସଂକ୍ରମଣ ସାମାନ୍ୟ କମିବା ପରେ ପୁଣି ସଂକ୍ରମଣ ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୬୧ ରହିଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯୧୧୮୨ କୁ ବୃଦ୍ଧି ପାଇଛି | ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୬୬, ବରଗଡ଼ରୁ ୫, ଭଦ୍ରକରୁ ୩୬, ବଲାଙ୍ଗିରରୁ ୩, କଟକରୁ ୧୩୦, ଦେବଗଡ଼ରୁ ୩, ଢେଙ୍କାନାଳରୁ ୧୨, ଗଜପତିରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୫୩, ଯାଜପୁରରୁ ୫୨, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୭, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୪୨, କେନ୍ଦୁଝରରୁ ୧୮, ଖୋର୍ଦ୍ଧାରୁ ୩୯୭, କୋରାପୁଟରୁ ୧, ମାଲକାନଗିରିିରୁ ୧୦, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୧, ପୁରୀରୁ ୨୮, ରାୟଗଡ଼ାରୁ ୫, ସମ୍ବଲପୁରରୁ ୨୦, ସୁବର୍ଣ୍ଣପୁରରୁ ୪, ସୁନ୍ଦରଗଡ଼ରୁ ୧୭ ଓ ଷ୍ଟେଟପୁଲରୁ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..